Categories: ଜାତୀୟ

ଉପରାଷ୍ଟ୍ରପତି-ଆଇନମନ୍ତ୍ରୀଙ୍କୁ ପଦରୁ ହଟାଇବା ଲାଗି ହାଇକୋର୍ଟରେ ପିଟିଶନ…

ମୁମ୍ବାଇ,୨।୨ : ଉପରାଷ୍ଟ୍ରପତି ଜଗଦୀପ ଧନକର ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ନ୍ୟାୟପାଳିକା ଉପରେ ଉଭୟଙ୍କ ଦ୍ୱାରା ନିକଟରେ ପ୍ରଦାନ କରାଯାଇଥିବା ବିବୃତ୍ତି ଭାରତର ସମ୍ବିଧାନ ଉପରେ ବିଶ୍ୱାସର ଅଭାବ ଦର୍ଶାଉଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ଉଚିତ।

ବମ୍ବେ ଓକିଲ ସଂଘ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିଶନରେ ହାଇକୋର୍ଟ ଉପରାଷ୍ଟ୍ରପତି ଧନକର ଏବଂ ଆଇନ ମନ୍ତ୍ରୀ ରିଜିଜୁଙ୍କୁ ସେମାନଙ୍କର ସରକାରୀ ଦାୟିତ୍ୱ ତୁଲାଇବାକୁ ବାରଣ କରିବାକୁ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି। ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ପଦବୀରୁ ହଟାଯାଉ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି।

ଉଭୟଙ୍କ ସାର୍ବଜନୀନ ଆଚରଣ ଏବଂ ବିବୃତ୍ତି ଭାରତର ସମ୍ବିଧାନ ଉପରେ ବିଶ୍ୱାସର ଅଭାବ ଦର୍ଶାଇଥିବା ଏଥିରେ କୁହାଯାଇଛି।

Share