Categories: ଜାତୀୟ

ମହାରାଷ୍ଟ୍ର ରାଜ୍ୟପାଳଙ୍କ ବହିଷ୍କାର ଲାଗି ହାଇକୋର୍ଟରେ ପିଟିଶନ

ମୁମ୍ବାଇ, ୨୩।୧୧: ଛତ୍ରପତି ଶିବାଜୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ବହିଷ୍କାର ଲାଗି ବମ୍ବେ ହାଇକୋର୍ଟରେ ପିଟିଶନ ଦାଏର ହୋଇଛି। ଶିବାଜୀଙ୍କୁ ପୁରୁଣା ଦିନର ଆଇକନ୍‌ ବୋଲି ରାଜ୍ୟପାଳ କହିଥିଲେ। ତାଙ୍କ ବିରୋଧରେ ଏତଲା ଦାଏର କରିବାକୁ ପିଟିଶନରେ ଦାବି ହୋଇଛି। କୌଣସି ଅପରାଧରେ ରାଜ୍ୟପାଳ ଦୋଷୀସାବ୍ୟସ୍ତ ହେଲେ ତାଙ୍କୁ ମହାଭିଯୋଗରେ ବହିଷ୍କାର କରାଯାଇପାରିବ ବୋଲି କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଦୀପକ ଦିଲୀପ ଜଗଦେବ ଦାବି କରିଛନ୍ତି। ଔରଙ୍ଗାବାଦରେ ରାଜ୍ୟପାଳ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ତାଙ୍କ ବହିଷ୍କାର ଲାଗି ଶିବସେନା ଉଦ୍ଧବ ଗୋଷ୍ଠୀ, ଏନ୍‌ସିପି, କଂଗ୍ରେସ ବିକ୍ଷୋଭ କରିଛନ୍ତି।

Share