Categories: ଜାତୀୟ

ଫିଲ୍ମ ‘ ଦ କେରଲା ଷ୍ଟୋରି’: ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ ଦାଖଲ

ନୂଆଦିଲ୍ଲୀ,୧୨।୫: ଫିଲ୍ମ ‘ ଦ କେରଲା ଷ୍ଟୋରି’ ସମ୍ବନ୍ଧରେ ଆଉ ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଏଥିରେ ସିନେମା ଦେଖିବା ଲୋକଙ୍କ ପାଇଁ ସୁରକ୍ଷା ଦାବି କରାଯାଇଛି। ଏହା ସହିତ ଏହି ଚଳଚ୍ଚିତ୍ର ପ୍ରଦର୍ଶନ କରୁଥିବା ଥିଏଟରଗୁଡ଼ିକ ପାଇଁ ସୁରକ୍ଷା ମଧ୍ୟ ଦାବି ହୋଇଥିବା ଜଣାପଡିଛି। କୁହାଯାଇଛି ଯେ ଆଇନଶୃଙ୍ଖଳା ହେଉଛି ରାଜ୍ୟମାନଙ୍କର ଦାୟିତ୍ୱ, ସେଥିପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍‌।

ଓକିଲ ବିନୀତ ଦଣ୍ଡା ସୁପ୍ରିମକୋର୍ଟରେ ଜନହିତ ମାମଲା ଦାଖଲ କରିଛନ୍ତି। ଯେଉଁଥିରେ ରାଜ୍ୟରେ ଫିଲ୍ମ ଦେଖିବାକୁ ଚାହୁଁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଫିଲ୍ମ ‘ ଦ କେରଲା ଷ୍ଟୋରି’କୁ ନେଇ ଜୋରଦାର ରାଜନୀତି ଚାଲିଛି। କେତେକ ରାଜ୍ୟରେ ଏହାକୁ ବିରୋଧ କରୁଥିବା ବେଳେ ଆଉ କେତେକ ରାଜ୍ୟ ଫିଲ୍ମ ସପକ୍ଷରେ ଅଛନ୍ତି। ତେବେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଏହି ଫିଲ୍ମକୁ ବ୍ୟାନ କରିଦେଇଛନ୍ତି। ଯାହାକୁ ନେଇ ନିର୍ମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଦାଖଲ ହୋଇଥିବା ଆବେଦନର ଆଜି ଶୁଣାଣି ହେବ।

Share