Categories: ଖେଳ

ଜନ୍ମଦିନରେ ହାଟ୍ରିକ୍‌ ନେଇଥିବା ବିଶ୍ୱର ଏକମାତ୍ର ଖେଳାଳି ହେଉଛନ୍ତି ଏହି କ୍ରିକେଟର, ରେକର୍ଡ ଭାଙ୍ଗିନାହାନ୍ତି କେହି

ନୂଆଦିଲ୍ଲୀ,୯।୧: କ୍ରିକେଟରେ କିଛି ବି ସମ୍ଭବ। ହେଲେ ଦୀର୍ଘଦିନର କ୍ରିକେଟ ଇତିହାସରେ ଏପରି କିଛି ଘଟଣା ଅଛି, ଯାହା ଥରଟିଏ ହୋଇଛି। ଏଭଳି ଜଣେ ଖେଳାଳି ଅଛନ୍ତି ଯିଏ ନିଜର ଜନ୍ମଦିନରେ ହାଟ୍ରିକ୍‌ କରିଥିଲେ। ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବ ଦ୍ରୁତ ବୋଲର ପିଟର ସିଡଲ। ଇଂଲଣ୍ଡ ବିପକ୍ଷ ଏକ ସିରିଜରେ ହାଟ୍ରିକ୍‌ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ନିଜ ଜନ୍ମଦିନରେ ଏଭଳି ସଫଳତା ପାଇବାରେ ସେ ପ୍ରଥମ ଖେଳାଳି। ଏବେ ୩୬ ବର୍ଷୀୟ ପିଟର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି।

ପିଟର ୨୦୦୮ରେ ଭାରତ ବିପକ୍ଷରେ ନିଜର ଡେବ୍ୟୁ କରିଥିଲେ। ଏହାପରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ୬୭ ଟେଷ୍ଟ ମ୍ୟାଚ୍‌, ୨୦ ଦିନିକିଆ ଏବଂ ୨ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଆହତ ହେବା କାରଣରୁ ସେ ଅସୁବିଧାରେ ପଡ଼ୁଥିଲେ ହେଁ ୨୨୧ ଉଇକେଟ ନେବାରେ ସଫଳ ହୋଇଛନ୍ତି। ଟିମ୍‌ର ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି ତାଲିକାରେ ସେ ୧୩ ସ୍ଥାନରେ ଅଛନ୍ତି।

Share