ପାଳିତ ପ୍ରାଣୀଙ୍କର ହେବ ବୀମା: ରୋଗ ହେଲେ ଚୋରୀ ହେଲେ ମିଳିବ ଟଙ୍କା!

ନୂଆଦିଲ୍ଲୀ,୮ ।୧୨: ଏବେ ଅଧିକାଂଶ ଘରେ ଲୋକେ କୁକୁର, ବିରାଡି ଆଦିଙ୍କୁ ପାଳନ କରୁଛନ୍ତି । ତେବେ ଘରର ସଦସ୍ୟଙ୍କ ଭଳି ଏମାନଙ୍କର ବି ବେଳେ ବେଳେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମାଲିକ ବହୁ ଅର୍ଥ ଖର୍ଚ୍ଚ କରିଥାଆନ୍ତି । ହେଲେ ଏବେ ଆମମାନଙ୍କ ଭଳି ମଧ୍ୟ ଏହି ପ୍ରାଣୀଙ୍କର ସ୍ୱାସ୍ଥ୍ୟ ବୀମା କରାଯାଇ ପାରିବ । ଏଥିରେ ପ୍ରାଣୀଟି ରୋଗ ଗ୍ରସ୍ତ ହେଲେ ମାଲିକଙ୍କୁ ବିମା କମ୍ପାନୀ ପକ୍ଷରୁ ଅର୍ଥ ଦିଆଯିବ । ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ୨୧୪ ଲକ୍ଷ କୁକୁରଙ୍କୁ ପୋଷା ଭାବେ ରଖାଯାଇଥିଲା । ସେହିପରି ବିଲେଇଙ୍କ ସଂଖ୍ୟା ମଧ୍ୟ ୧ ଲକ୍ଷରୁ ଅଧିକ । ପ୍ରିଟେକ୍ଟ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭାରତ ବିଶ୍ୱର ସବୁଠାରୁ ଅଧିକ ମାତ୍ରାରେ ବଢି ଚାଲିଥିବା ପେଟ ମାର୍କେଟ । ପଲିସି ବଜାରର ମୁଖ୍ୟ କହିଛନ୍ତି ପ୍ରାଣୀଙ୍କ ଲାଗି ସବୁବେଳେ ଇନ୍ୟୁରାନ୍ସ ସୁବିଧା ଥିଲା । ହେଲେ ଅନେକ ଲୋକ ଏହା ବିଷୟରେ ଜାଣି ନ ଥିଲେ । ତେବେ ଭାରତରେ ପ୍ରାଣୀଙ୍କ ପାଇଁ ଥିବା ଇନ୍ୟୁରାନ୍ସରେ କୁକୁର, ବିରାଡି, ଛେଳି, ମେଣ୍ଢା, ଘୋଡା, ଠେକୁଆ, ହାତୀ ଆଦି ସାମିଲ ଅଛନ୍ତି ।

Share