Posted inଜାତୀୟ

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଶ୍ୟାଳୟ ଯାଉଥିବା ବ୍ୟକ୍ତି ‘ଗ୍ରାହକ’ ନୁହନ୍ତି, ସେକ୍ସ ଓ୍ବାର୍କର… 

ତିରୁବନନ୍ତପୁରମ୍‌,୧୨।୭: କେରଳ ହାଇକୋର୍ଟ ବେଶ୍ୟାବୃତ୍ତି ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତିଙ୍କୁ ‘ଗ୍ରାହକ’ କୁହାଯାଇପାରିବ ନାହିଁ। ଏହା ସହିତ ସେକ୍ସ ଓ୍ବାର୍କରଙ୍କୁ ‘ଉତ୍ପାଦ’ କିମ୍ବା ବସ୍ତୁ ଭାବେ ଅପମାନ କରିବାର କୌଣସି ଅଧିକାର ନାହିଁ। ଜଷ୍ଟିସ ଭି.ଜି. ଅରୁଣ କହିଛନ୍ତି ଯେ ଏହିପରି ବ୍ୟକ୍ତିମାନେ କେବଳ ସେବା ଗ୍ରହଣକାରୀ ନୁହଁନ୍ତି, ବରଂ ସେକ୍ସ ୱାର୍କରଙ୍କ ଶୋଷଣରେ ସାମିଲ ହୋଇଥାନ୍ତି। ଏହା ଦ୍ୱାରା ସେମାନେ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଇ ମାନବ ତସ୍କରୀ ଭଳି ଅପରାଧକୁ ବୃଦ୍ଧି କରୁଛନ୍ତି। ଏହି ନିଷ୍ପତ୍ତି ଅନୈତିକ ତସ୍କରୀ(ନିବାରଣ) ଆଇନ, ୧୯୫୬ (ITPA) ସହ ଜଡ଼ିତ ଏକ ମାମଲାର ଶୁଣାଣି ସମୟରେ ଦିଆଯାଇଛି।
କେରଳ ହାଇକୋର୍ଟର ମତ ଅନୁଯାୟୀ, ବେଶ୍ୟାଳୟରେ ସେବା ନେଉଥିବା ବ୍ୟକ୍ତି ଗ୍ରାହକ ନୁହନ୍ତି। ‘ଗ୍ରାହକ’ ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ପ୍ରକୃତ ସାମଗ୍ରୀ କିମ୍ବା ସେବା କିଣିବାକୁ ପଡ଼େ, କିନ୍ତୁ ସେକ୍ସ ଓ୍ବାର୍କରମାନେ ଅଧିକାଂଶ ସମୟରେ ମାନବ ତସ୍କରୀ ମାଧ୍ୟମରେ ଏହି ଧନ୍ଦାରେ ଫସିଯାଇଥା’ନ୍ତି ଏବଂ ଅନ୍ୟମାନଙ୍କ ଶାରୀରିକ ସୁଖ ପୂରଣ ପାଇଁ ନିଜ ଶରୀର ବ୍ୟବହାର କରିବାକୁ ବାଧ୍ୟ ହୋଇଥା’ନ୍ତି। ଏହିପରି ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଉଥିବା ଟଙ୍କା ସେକ୍ସ ଓ୍ବାର୍କରଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ କାମ କରିବାକୁ ବାଧ୍ୟ କରେ, ଯାହା ମାନବ ତସ୍କରୀ ଭଳି ଅପରାଧକୁ ପ୍ରୋତ୍ସାହନ ଦିଏ।
ଅଦାଲତ କହିଛନ୍ତି ଯେ ସୁଖ ଚାହୁଁଥିବା ବ୍ୟକ୍ତି ଯେଉଁ ଟଙ୍କା ଦିଅନ୍ତି, ତାହାର ଏକ ବଡ଼ ଅଂଶ ବେଶ୍ୟାଳୟ ସଞ୍ଚାଳକଙ୍କୁ ଯାଇଥାଏ। ଏହି ଦେୟକୁ କେବଳ ସେକ୍ସ ଓ୍ବାର୍କରଙ୍କୁ ନିଜ ଶରୀର ଉପଲବ୍ଧ କରାଇବା ଏବଂ ଦେୟକାରୀଙ୍କ ଦାବି ଅନୁଯାୟୀ କାମ କରିବାକୁ ପ୍ରେରଣା କିମ୍ବା ବାଧ୍ୟ କରିବାର ମାଧ୍ୟମ ଭାବେ ଦେଖାଯାଇପାରେ। ଏହିପରି ଭାବେ ବେଶ୍ୟାଳୟରେ ସେକ୍ସ ଓ୍ବାର୍କରଙ୍କ ସେବା ନେଉଥିବା ବ୍ୟକ୍ତି ପ୍ରକୃତରେ ଟଙ୍କା ଦେଇ ତାଙ୍କୁ ବେଶ୍ୟାବୃତ୍ତି ଆଡ଼କୁ ଠେଲି ଦେଉଛନ୍ତି। ଏହି ନିଷ୍ପତ୍ତି ୨୦୨୧ ମସିହାର ଏକ ମାମଲାର ପ୍ରେକ୍ଷାପଟରେ ଆସିଛି।
ସୂଚନା ଥାଉ କି, ୨୦୨୧ ମସିହାରେ ତିରୁବନନ୍ତପୁରମର ପେରୋରକାଡ଼ା (କୁଡ଼ପ୍ପନାକୁନ୍ନୁ) ଅଞ୍ଚଳରେ ପୋଲିସ ଏକ ଘରେ ଚଢ଼ାଉ କରିିଥିଲା, ଯେଉଁଠାରେ ବେଶ୍ୟାବୃତ୍ତି ଚାଲୁଥିବା ଦେଖାଯାଇଥିଲା। ଯାଚିକାକାରୀ(ତୃତୀୟ ଅଭିଯୁକ୍ତ) ଜଣେ ମହିଳାଙ୍କ ସହ ଥିବା ବେଳେ ଅନ୍ୟ ଏକ କୋଠରୀରେ ଆଉ ଜଣେ ବ୍ୟକ୍ତି ଅନ୍ୟ ମହିଳାଙ୍କ ସହ ଥିବା ଦେଖାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ପ୍ରଥମ ଦୁଇ ଅଭିଯୁକ୍ତ ବେଶ୍ୟାଳୟ ଚଳାଉଥିଲେ, ମହିଳାମାନଙ୍କୁ ତସ୍କରୀ ମାଧ୍ୟମରେ ଆଣୁଥିଲେ ଏବଂ ଟଙ୍କା ସଂଗ୍ରହ କରୁଥିଲେ।
ଯାଚିକାକାରୀଙ୍କୁ ଅନୈତିକ ବ୍ୟାପାର ନିବାରଣ ଆଇନର ଧାରା ୩ (ବେଶ୍ୟାଳୟ ଚଳାଇବା), ୪ (ବେଶ୍ୟାବୃତ୍ତିର ଆୟରେ ଜୀବନଯାପନ), ୫(୧)(ଡି) (ବେଶ୍ୟାବୃତ୍ତି ପାଇଁ ପ୍ରେରଣା କିମ୍ବା ବାଧ୍ୟ କରିବା) ଏବଂ ୭ (ସାର୍ବଜନୀନ ସ୍ଥାନରେ କିମ୍ବା ନିକଟରେ ବେଶ୍ୟାବୃତ୍ତି) ଅଧୀନରେ ଗିରଫ କରାଯାଇଥିଲା। ଯାଚିକାକାରୀ ଦାବି କରିଥିଲେ ଯେ ସେ କେବଳ ‘ଗ୍ରାହକ’ ଥିଲେ ଏବଂ ପରିଚାଳନା କିମ୍ବା ସଞ୍ଚାଳନ ସହ ଜଡ଼ିତ ନ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri