Posted inଜାତୀୟ

ଦଳର ଭାବମୂର୍ତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କୁ ସହ୍ୟ କରାଯିବ ନାହିଁ…

ହାଇଦ୍ରାବାଦ୍‌, ୭।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଟିର ଆଭ୍ୟନ୍ତରୀଣ ମାମଲାକୁ ଜନସାଧାରଣଙ୍କ ନିକଟକୁ ନ ନେବାକୁ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ହାଇଦ୍ରାବାଦରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି, ଯଦି ଦଳର କୌଣସି ନେତାଙ୍କର କିଛିି ଅସୁବିଧା କିମ୍ବା ଅଭିଯୋଗ ଥାଏ, ତେବେ ସେମାନେ ଏହାକୁ ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପଞ୍ଜିକରଣ କରିବା ଉଚିତ। ରାହୁଲ କହିଛନ୍ତି ଯେ ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି ତେବେ ଆପଣ ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ସ୍ବର ଉତ୍ତୋଳନ କରିବେ। କିନ୍ତୁ ଯଦି କେହି ଗଣମାଧ୍ୟମକୁ ଆସି ତାଙ୍କ ଅଭିଯୋଗ ପଞ୍ଜିକରଣ କରନ୍ତି, ତେବେ ଏହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ ଏବଂ ଏହାକୁ ସହ୍ୟ କରାଯିବ ନାହିଁ ।

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସଂଗଠନର ନେତୃତ୍ୱକୁ ନେଇ ଦଳ ଦୁଇ ଭାଗ ହୋଇଛି। ଗୋଟିଏ ଭାଗ ଦଳର ନେତୃତ୍ୱ ସହିତ ଛିଡା ହୋଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସମର୍ଇନ କରୁ ଥିବାବେଳେ ଅନ୍ୟ ଗୋଷ୍ଠୀ ଚାହୁଁଛନ୍ତି ଯେ କଂଗ୍ରେସ ଗାନ୍ଧୀ ପରିବାରରୁ ମୁକ୍ତ ହେବା ଉଚିତ ଏବଂ ଦଳର ନେତୃତ୍ୱ ବର୍ତ୍ତମାନ ଜଣେ କର୍ମୀଙ୍କ ହାତରେ ଯିବା ଜରୂରୀ।
ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ ଏକ ପରିବାର ଏବଂ ପରିବାରରେ ଭିନ୍ନ ମତ ରହିଛି।

ଆମ ପାଖରେ ଆରଏସଏସ ନାହିଁ ଯେପରି ଜଣେ ବ୍ୟକ୍ତି ସବୁକିଛି ସ୍ଥିର କରନ୍ତି। ଆମେ ସମସ୍ତଙ୍କ ସ୍ବର ଶୁଣିବାକୁ ଚାହୁଁ କିନ୍ତୁ ଗଣମାଧ୍ୟମରେ ନୁହେଁ। ପାରିବାରିକ କଥାବାର୍ତ୍ତା ପରି ବନ୍ଦ କୋଠରୀରେ ଅଭିଯୋଗର ବିଚାର କରାଯାଇପାରେ। ସେଥିପାଇଁ ଆମର ଏକ ଆଭ୍ୟନ୍ତରୀଣ ବ୍ୟବସ୍ଥା ଅଛି। ଆପଣଙ୍କର ଯାହା ବି ଅଭିଯୋଗ ଅଛି, ଆପଣ ସେଠାରେ କୁହନ୍ତି, କିନ୍ତୁ ଯଦି କେହି ଗଣମାଧ୍ୟମରେ କଥା ହୁଅନ୍ତି, ତେବେ ସେ ଦଳର ଭାବମୂର୍ତ୍ତିକୁ ନଷ୍ଟ କରନ୍ତି ଏବଂ ଆମେ ଏହାକୁ ସହ୍ୟ କରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri