Categories: ଫୁରସତ

ରାସ୍ତାରେ ଚାଲୁ ଚାଲୁ ଖସିଗଲା ଗୋଡ଼, ଆଉ ତା’ ପରେ…

ବେଳେବେଳେ ରାସ୍ତାରେ ଯିବା ସମୟରେ ହେଉ କି କୌଣସି କାମ କରୁଥିବା ସମୟରେ ହେଉ ଆମର ପାଦ ଖସି ଯାଇଥାଏ। ପରେ ଆମକୁ କଷ୍ଟ ଲାଗେ। ଏପରିକି ହାତଗୋଡ଼ ମଧ୍ୟ ଭାଙ୍ଗି ଯାଇଥାଏ। ଫଳରେ ଆମକୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିଥାଏ। ଆମେ କୌଣସି କାମ ଠିକ୍‌ରେ କରିପାରୁନା। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କୁ ମଧ୍ୟ କଷ୍ଟ ଲାଗିବ।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ମହିଳା ଆଗରେ ଚାଲି ଚାଲି ଯାଉଛନ୍ତି। ଆଉ ତାଙ୍କ ପଛରେ ଜଣେ ବ୍ୟକ୍ତି କିଛି ଜିନିଷ ହାତରେ ଧରି ଯାଉଛନ୍ତି। ଏହି ସମୟରେ ତାଙ୍କ ହାତରୁ କିଛି ଖସି ପଡ଼ି ତାଙ୍କ ପାଦରେ ପଡ଼ୁଛି। ପରେ ତାଙ୍କ ଗୋଡ଼ ଖସିଯାଉଛି। ସେ ତଳେ ଜୋର୍‌ରେ ପଡ଼ିଯାଉଛନ୍ତି। ଏହି ସମୟରେ ସେ ହାତଭରା ଦେଇ ଉଠିପଡୁଛନ୍ତି। ଭିଡିଓ ଦେଖି ସମସ୍ତେ କହୁଛନ୍ତି ଭଲ ହେଲା ତାଙ୍କ ମୁଣ୍ଡରେ ଆଘାତ ଲାଗିନି। ନଚେତ୍‌ ବହୁତ ଅସୁବିଧା ହୋଇଥାନ୍ତା।

ଭିଡିଓଟିକୁ ୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। କିଛି ଲୋକ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ କିଛି ଲୋକ ଏଥିରୁ ମଜା ବି ଉଠାଉଛନ୍ତି। ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Share