ପୁଅକୁ କରେଣ୍ଟ ଦେଇ ମାରିଦେଲେ

ଲଙ୍ଗଳେଶ୍ବର,୨୫ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଡଗରା ଗ୍ରାମର ବିଶ୍ୱଜିତ ନାଗ (୩୨) ଶନିବାର ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ବେଣୁଧର ଗୁରୁତର ହୋଇଛନ୍ତି।
ଗ୍ରାମର ଜୟନ୍ତ ମଣ୍ଡଳ ଓ ଶମ୍ଭୁ ପ୍ରଧାନ ନାମକ ଦୁଇ ଚାଷୀ ନିଜ ଜମିକୁ ଲୁହା ତାରରେ ବାଡ ଘେରାଇବା ସହ ସେଥିରେ ବିଦ୍ୟୁତ୍‌ ସଂଯୋଗ କରିଦେଇଥିଲେ। ବିଶ୍ୱଜିତ୍‌ ଟ୍ରାକ୍ଟରରେ ହଳ କରି ଫେରୁଥିବା ବେଳେ ବାଟରେ ତାର ଝୁଲୁଥିବା ଦେଖି ଏହାକୁ ହଟାଇବାକୁ ଚେଷ୍ଟା କରିଥିଲେ। ହେଲେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଶ୍ୱଜିତ୍‌ଙ୍କ ମୃତ୍ୟୁ ଘଟିଥିଲା। ପୁଅ ଘରକୁ ଫେରିବାରେ ବିଳମ୍ବ ହେବାରୁ ବାପା ବେଣୁଧର ବିଲକୁ ଖୋଜିବାକୁ ଯାଇଥିଲେ। ସେ ମଧ୍ୟ ବିଦ୍ୟୁତ୍‌ ତାର ସଂସର୍ଶରେ ଆସି ଗୁରୁତର ହୋଇପଡିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନା ମୁତାବକ ଏଭଳି ଘଟଣା ଘଟାଯାଇଥିବା ମୃତ ବିଶ୍ୱଜିତ୍‌ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଏକ ମାମଲା(ନଂ.୩୦/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବିଗୁଡ଼ୁଛି କରୋନା ସ୍ଥିତି: ଆଜି ଚିହ୍ନଟ ହେଲେ ୧୯୧ ଆକ୍ରାନ୍ତ; ଖଣ୍ଡଗିରି-ପଟିଆରୁ ସର୍ବାଧିକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୧୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଭୀଷଣ ବେଗରେ ମାଡିଆସୁଛି ବାତ୍ୟା ‘ୟାସ୍‌’: ୨୬ ତାରିଖ ମଧ୍ୟାହ୍ନରେ ରଚିବ ତାଣ୍ଡବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଥମେ ଅବପାତ ଓ ପରେ ଗଭୀର ଅବପାତର ରୂପ ନେଇ ଆଗକୁ ମାଡି ଚାଲିଛି। ଘଣ୍ଟାପ୍ରତି ମାତ୍ର ୪...

ବାତ୍ୟା ଫନୀ ପ୍ରଭାବ: କାକଟପୁର ଶିକ୍ଷା ବିଭାଗର ୧ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ, ଖୁବ୍‌ଶୀଘ୍ର ମରାମତି କାର୍ଯ୍ୟ କରାଯିବାକୁ ଦାବି

କାକଟପୁର,୨୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ‘ଫନୀ’ ପ୍ରଭାବରେ କାକଟପୁର ବ୍ଲକ ଶିକ୍ଷା ବିଭାଗର ପ୍ରାୟ ୧ କୋଟି ଟଙ୍କାର କ୍ଷତି ଘଟିଥିବା ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର...

ଆଜି ବି ରାଜ୍ୟରେ ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣଙ୍କର ଜୀବନ ଗଲା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ରାଜ୍ୟରେ ୧୮୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୩,୩୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

କରୋନା ଭଲ ନାଗରିକ କରିଦେଇଛି

କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ଜଣେ ଜଣାଶୁଣା ବିଶେଷଜ୍ଞ ହେଲେ ଡା. ପ୍ରଜ୍ଞାନ ରାଉତରାୟ। ଭୁବନେଶ୍ୱର ନିବାସୀ ଡା. ରାଉତରାୟଙ୍କ ପ୍ରକୃତ ଘର ପୁରୀ। ସେ...

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାଳକର ମୃତ୍ୟୁ

କର୍ଲାମୁଣ୍ଡା, ୪ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଆଦର୍ଶ ବିଦ୍ୟାଳୟସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟିଏମ୍‌ସି)ରେ ରହୁଥିବା ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ୧୦...

ଶିଶୁ ମୁକ୍ତାଶ୍ରୟ ପରିଦର୍ଶନ କଲେ ଏଡ଼ିଜେ

କେନ୍ଦୁଝର, ୨୪ା୪(ସ୍ବ.ପ୍ର.)-କେନ୍ଦୁଝର ବଣିଆପାଟ ଶିଶୁ ଅନୁଷ୍ଠାନ ମୁକ୍ତାଶ୍ରୟ କେନ୍ଦ୍ରକୁ ଅତିରକ୍ତ ଜିଲା ଦୌରାଜଜ୍‌(ଏଡିଜେ) ଲୋକନାଥ ସାହୁ ବୁଧବାର ପରିଦର୍ଶନ କରି ସେଠାରେ ରହୁଥିବା ପିଲାମାନଙ୍କର ସମ୍ପର୍କରେ...

କାମକରୁନି ଏଚ୍‌ଆଇଭି ପରୀକ୍ଷଣ ମେଶିନ

ଢେଙ୍କାନାଳ ଅଫିସ, ୧୬।୭: କରୋନା ସଙ୍କଟ ସମୟରେ ବଡ଼କଷ୍ଟରେ ଆୟୋଜନ କରାଯାଉଛି ରକ୍ତଦାନ ଶିବିର। ରକ୍ତ ଭଣ୍ଡାରକୁ ସଂଗୃହୀତ ଆସୁଛି ରକ୍ତ। ହେଲେ ଏହା ରୋଗୀଙ୍କ କାମରେ...

Advertisement


Archives

Model This Week