ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୩ ଧ୍ୱନି ମତରେ ପାରିତ ହୋଇଛି। ପ୍ରଚଳିତ ଆଇନ ଅନୁଯାୟୀ ସମସ୍ତ ୧୨ଟି ଆଣବିକ ଖଣିଜ ଉତ୍ତୋଳନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ସଂରକ୍ଷିତ ରହିଥିଲା। ସେଥିରୁ ୬ଟି ଖଣିଜର ଉତ୍ତୋଳନ ଘରୋଇ ସଂସ୍ଥା ଦ୍ୱାରା କରାଇବା ପାଇଁ ସରକାର ବିଲ୍ ଆଣିଥିଲେ। ସେହିସବୁ ଖଣିଜ ହେଲା ଲିଥିୟମ(ଯାହା ବିଦ୍ୟୁତ୍ଚାଳିତ ଯାନର ବ୍ୟାଟେରି ଏବଂ ବିଦ୍ୟୁତ୍ ଷ୍ଟୋରେଜ୍ ଉପକରଣ ତିଆରିରେ ବ୍ୟବହୃତ ହୋଇଥାଏ), ବେରିଲିୟମ, ନିଓବିୟମ, ଟିଟାନିୟମ, ଟାଣ୍ଟାଲମ ଏବଂ ଜିର୍କୋନିୟମ। ମହାକାଶ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ, ଶକ୍ତି ସେକ୍ଟର, ଇଲେକ୍ଟ୍ରି ବ୍ୟାଟେରି ଆଦିରେ ଏହିସବୁ ଖଣିଜ ବ୍ୟବହୃତ ହୋଇଥାଏ। ଘରୋଇ ସଂସ୍ଥାକୁ ଅନୁମତି ମିଳିବା ଦ୍ୱାରା ସେଗୁଡ଼ିକ ପ୍ରଚୁର ମାତ୍ରାରେ ଉତ୍ତୋଳନ ହୋଇପାରିବ।
ସେହିପରି ଦେଶରେ ଦନ୍ତରୋଗ ଶିକ୍ଷା ଓ ପେସାକୁ ନିୟନ୍ତ୍ରଣ କରିବା ପାଇଁ ନ୍ୟାଶନାଲ ଡେଣ୍ଟାଲ କମିଶନ (ଏନ୍ଡିସି) ସ୍ଥାପନ ନିମନ୍ତେ ଆସିଥିବା ବିଲ୍କୁ ଲୋକ ସଭା ଅନୁମୋଦନ କରିଛି। ଡେଣ୍ଟିଷ୍ଟସ୍ ଆକ୍ଟ, ୧୯୪୮ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ନ୍ୟାଶନାଲ ଡେଣ୍ଟାଲ କମିଶନ ବିଲ୍ ଦନ୍ତରୋଗ ଶିକ୍ଷାକୁ ସୁଲଭ କରାଇବା ସହ ମୁଖ ସ୍ବାସ୍ଥ୍ୟସେବାର ମାନ ବଢ଼ାଇବ। ଏହା ବ୍ୟତୀତ ଭାରତୀୟ ନର୍ସିଂ କାଉନସିଲ୍ ଆଇନ, ୧୯୪୭ ସ୍ଥାନରେ ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍ଓ୍ବାଇଫେରି କମିଶନ (ଏନ୍ଏନ୍ଏମ୍ସି) ସ୍ଥାପନ ଲକ୍ଷ୍ୟରେ ଅଣାଯାଇଥିବା ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍ଓ୍ବାଇଫେରି କମିଶନ ବିଲ୍, ୨୦୨୩ ଲୋକ ସଭାରେ ଗୃହୀତ ହୋଇଛି।
କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…
ଭୁବନେଶ୍ବର, ୨୫।୧୨: କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…
ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...
IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!
ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...
ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ
ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...
ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…
ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...
ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…
ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...
ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ
ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...
ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….
ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...
Archives


