Categories: ଜାତୀୟ

ସ୍ପୁଟ୍‌ନିକ-ଭି ଉତ୍ପାଦନ ଲାଗି ସିରମ୍‌କୁ ଅନୁମତି

ପୁଣେ, ୫।୬: ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌ ଟିକା ସ୍ପୁଟ୍‌ନିକ-ଭି ଉତ୍ପାଦନ ଲାଗି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)କୁ ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି। ଅଦାର ପୁନାଓ୍ବାଲାଙ୍କ କମ୍ପାନୀ ଏହି ଟିକାର ପରୀକ୍ଷା ଓ ବିଶ୍ଳେଷଣ କରିବା ପରେ ପୁଣେ କାରଖାନାରେ ଏହାର ଉତ୍ପାଦନ କରିବ। ଏଥିପାଇଁ ପ୍ରାରମ୍ଭିକ ଅନୁମୋଦନ ମିଳିଥିବା ବେଳେ ଟିକା ଉତ୍ପାଦନ ନିମନ୍ତେ କିଛି ମାସ ଲାଗିଯିବ ବୋଲି ଏସ୍‌ଆଇଆଇ ମୁଖପାତ୍ର କହିଛନ୍ତି। ଏବେ ରୁଷିଆ ଏହି ଟିକା ଭାରତକୁ ରପ୍ତାନି କରିବା ସହ ହାଇଦ୍ରାବାଦର ଡ. ରେଡ୍ଡୀସ୍‌ ଲାବରେଟୋରିକୁ ଉତ୍ପାଦନ ଅନୁମତି ଦେଇଛି।

Share