Delhi-NCRରେ ଗ୍ରୀନ୍‌ କ୍ରାକର୍ସ ଫୁଟାଇବାକୁ ଅନୁମତି, ସୁପ୍ରିମକୋର୍ଟ ରଖିଲେ ଏହି ସର୍ତ୍ତ…

ନୂଆଦିଲ୍ଲୀ,୨।୧୧: ଦୀପାବଳିରେ Delhi-NCRରେ ଗ୍ରୀନ୍‌ କ୍ରାକର୍ସ(green crackers) ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଅସ୍ଥାୟୀ ଭାବେ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେବଳ ନଭେମ୍ବର ୭ ଏବଂ ୮ ତାରିଖରେ, ସକାଳ ୬:୦୦ ରୁ ୭:୦୦ ମଧ୍ୟରେ ଏବଂ ପୁନର୍ବାର ରାତି ୮:୦୦ ରୁ ୧୦:୦୦ ମଧ୍ୟରେ ଲୋକେ ବାଣ ଫୁଟାଯାଇପାରିବେ। ଡାକ୍ତରଖାନା, ନର୍ସିଂ ହୋମ, ବିଦ୍ୟାଳୟ, ବୃଦ୍ଧାଶ୍ରମ ଏବଂ ନିର୍ଦ୍ଦିଷ୍ଟ ’ଶାନ୍ତ ଅଞ୍ଚଳ’(silence zones)ର ୩୦୦ ମିଟର ପରିସର ମଧ୍ୟରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି।

ଏପରିକି CSIR-NEERI ଏବଂ PESO ଦ୍ୱାରା ପ୍ରମାଣିତ ଉତ୍ପାଦକମାନଙ୍କୁ ନଭେମ୍ବର ୨ ରୁ ନଭେମ୍ବର ୬ ମଧ୍ୟରେ ’ଗ୍ରୀନ କ୍ରାକର୍ସ’ ଉତ୍ପାଦନ କରିବାକୁ ଅନୁମତି ଦିଆଯାଇଛି। ପ୍ରତ୍ୟେକ ବାଣ ପ୍ୟାକେଟରେ QR କୋଡ ରହିବାର ଆବଶ୍ୟକା ରହିଛି। ଯାହା ଉତ୍ପାଦ ଏବଂ ଏହାର ବ୍ୟାଚ(batch) ବିଷୟରେ ସୂଚନା ଦେବ।

ଅନ୍ୟପକ୍ଷେ ବାଣର ଅନ୍‌ଲାଇନ ବିକ୍ରି, ବାଣର ମାଳା(laris) ଏବଂ ବାରିୟମ (barium) ଯୁକ୍ତ ବାଣ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଚୟନ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ବାଣ ବିକ୍ରି ହୋଇପାରିବ। ଯଦି କେହି ବେଆଇନ ବାଣ ବିକ୍ରି କରୁଥିବାର ଧରାପଡ଼ନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share