ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର ଉପଜଲାପାଳ ସହିତ ଆଲୋଚନା ହୋଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ସମାଧାନ ନ ହେଲେ ଆନ୍ଦୋଳନ ପାଇଁ ଆର୍ଯ୍ୟପଲ୍ଲୀବାସୀ ଚେତାବନୀ ଦେଇଛନ୍ତି।
ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘୁଛି l ପୂର୍ବରୁ ସମୁଦ୍ର ୨ କିଲୋମିଟର ଦୂରରେ ଥିବା ବେଳେ ଏବେ ମାତ୍ର ଆଉ ୫୦ ମିଟର ଦୂରରେ ରହିଛି l ସମୁଦ୍ର କୂଳରେ ଥିବା ଗଙ୍ଗାଦେବୀ ମନ୍ଦିର ଓ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ବେଳେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଏହି ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତଙ୍କୁ ଥଇଥାନ ନିତୀ କାର୍ଯ୍ୟକାରୀ କରିବା ପାଇଁ କିଛି ଦିନ ହେବ ଆର୍ଯ୍ୟପଲ୍ଲୀବାସୀ ଦାବି କରି ଆସୁଛନ୍ତି। ୨୦୧୮ରେ ବିସ୍ଥାପିତଙ୍କୁ ଥଇଥାନ କରିବା ଲାଗି ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ତାହାକୁ କାର୍ଯ୍ୟକାରୀ ନ କରାଯାଇଥିବା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଆସନ୍ତା ୧୦ ତାରିଖରେ ଆନ୍ଦୋଳନ କରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି l ଏହାର ସମାଧାନ ନେଇ ଗୁରୁବାର ପୂର୍ବାହ୍ନରେ ବ୍ରହ୍ମପୁରରେ ଆରଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା l ଏହି ୨ଟି ଘଟଣାର ତ୍ୱରାନୱିତ କରିବା ପାଇଁ ଆରଡିସି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଏନେଇ ପୁଣି ଗଞ୍ଜାମ ଜିଲାପାଳ ଓ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରାଯିବ ଏବଂ ସରକାରଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ହେଲେ ଆଇଆରଇଏଲ କର୍ତ୍ତୃପକ୍ଷ ଙ୍କ ସହ ବୈଠକ କରାଯିବ ବୋଲି ଆରଡ଼ିସି କହିଛନ୍ତି।
ସେହିପରି ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ପ୍ରତିକାର ନେଇ ସାରେ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଡିପିଆର ପ୍ରସ୍ତୁତ କରି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ଛତ୍ରପୁର ଉପଜଲାପାଳ ଶିବାଶିଷ ବରାଳ କହିଛନ୍ତି l ସୂଚନାଥାଉ କି, ସମୁଦ୍ର କୂଳରେ ପଥର ପକାଇବା ପାଇଁ ଗୋପାଳପୁର ପୋର୍ଟକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପୋର୍ଟ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହିଁ l ଯଦି ଏହାର ସମାଧାନ ନ କରାଯାଏ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଗ୍ରାମଟି ସମୁଦ୍ର କୂଳରେ ଲୀନ ହୋଇଯିବା ସହିତ ବହୁ ମତ୍ସ୍ୟଜୀବୀଙ୍କ ଭିଟାମାଟି ନଷ୍ଟ ହୋଇଯିବା ଆଶଙ୍କା ରହିଛି l ଏହାର ଖୁବ ଶୀଘ୍ର ସମାଧାନ କରା ନ ଗଲେ ଆସନ୍ତା ୧୦ ତାରିଖ ଦିନ ମଧ୍ୟରେ ଉଭୟ ଆଇଆରଇଏଲ ଓ ପୋର୍ଟ ଗେଟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏହି ଆଲୋଚନା ବେଳେ ମତ୍ସ୍ୟଜୀବୀ ନେତା କେ.ଏଲେୟା, ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ର ସଭାପତି ବି. ସୀମା, ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁରେୟା, ଯୁବନେତା ଏନ. ଦିନବନ୍ଧୁ, ପି. ରାମବାବୁ, ଦାଶରଥି ଓ ଜେ. ଚି଼ନେୟା ଙ୍କସମେତ ବହୁ ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।