ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ୍‌,୧୨।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ଆମେରିକାରେ ୭୦ ହଜାରରୁ ଅଧିକ ଟୁଇଟର୍‌ ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏସବୁ ଆକାଉଣ୍ଟ୍‌ରେ ଆପତ୍ତି ଜନକ କଣ୍ଟେଟ୍‌ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟୁଇଟର୍‌ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟକୁ ହିଂସାକାଣ୍ଡର କିଛି ଘଣ୍ଟା ମଧ୍ୟରେ ବନ୍ଦ କରି ଦିଆଯାଇଥିଲା। ଏହା ପରେ ଅନ୍ୟ ଆକାଉଣ୍ଟଗୁଡ଼ିକ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଟୁଇଟର ପକ୍ଷରୁ କୁହାଯାଇଛି।

Share