Categories: ଜାତୀୟ

ଟିକ୍‌ଟକ୍‌ ସହିତ ୫୯ ଆପ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୨୬।୧: ପୂର୍ବରୁ ଜୁନ୍‌ ୨୦୨୦ରେ ଭାରତରେ ଟିକ୍‌ଟକ୍‌, ଓ୍ବି ଚାଟ୍‌, ୟୁସି ବ୍ରାଉଜର ସମେତ ୫୯ ଆପ୍‌ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଏବେ ଭାରତୀୟ ଇଲୋକ୍ଟ୍ରୋନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସ ବୁ ଆପ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛିି। ଏହା ଦ୍ୱାରା ଚାଇନାକୁ ବଡ଼ ଝଟ୍‌କା ଲାଗିଛି। ଅସ୍ଥାୟୀ ପ୍ରତିବନ୍ଧକ ହଟାଇ ଦିଆଯିବା ନେଇ ଚାଇନା ଆଶାବାଦୀଥିଲା। ମାତ୍ର ଏବେ ସେ ଆଶା ମଉଳି ଯାଇଛି।

Share