Categories: ଖେଳ

ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ

ଲଣ୍ଡନ,୧୪।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଫୁଲ ଫର୍ମକୁ ଫେରିଛନ୍ତି ବରିଷ୍ଠ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସରେ ବିପକ୍ଷ ଇଂଲିଶ କାଉଣ୍ଟି ମ୍ୟାଚ୍‌ରେ ସମରସେଟ୍‌ ପାଇଁ ଖେଳିଥିବା ଅଶ୍ୱିନ ଦ୍ୱିତୀୟ ଇନିଂସରେ ମାତ୍ର ୨୭ ରନ୍‌ ଦେଇ ୬ ଉଇକେଟ ହାତେଇଛନ୍ତି। ତାଙ୍କ ଚମତ୍କାର ବୋଲିଂ ଯୋଗୁ ମାତ୍ର ୬୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି ସମରସେଟ। ଆସନ୍ତା ୫ ତାରିଖରୁ ଡରହାମଠାରେ ଆରମ୍ଭ ହେବାକୁ ଥିବା ସିରିଜ୍‌ ପୂର୍ବରୁ ଏଭଳି ପ୍ରଦର୍ଶନ ଜରିଆରେ ପ୍ରତିପକ୍ଷ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ଅଶ୍ୱିନ।

ଉନ୍ନତମାନର ମ୍ୟାଚ୍‌ ପ୍ରାକ୍ଟିସ ପାଇଁ ସରେ ଦଳ ସହ ଯୋଡ଼ି ହୋଇଥିବା ଅଶ୍ୱିନ ଉଭୟ ଇନିଂସରେ ମୋଟ ୫୮ ଓଭର ବୋଲିଂ କରିଥିଲେ। ଦ୍ୱିତୀୟ ଇନିଂସରେ ୬ ଉଇକେଟ ସଫଳତାକୁ ମିଶାଇ ମ୍ୟାଚ୍‌ରେ ମୋଟ ୭ ଉଇକେଟ ହାତେଇଥିଲେ ଭେଟେରାନ ଅଫ୍‌ ସ୍ପିନର। ତାଙ୍କ ଯୋଗୁ ସମରସେଟ୍‌ ବିପକ୍ଷ ମ୍ୟାଚ୍‌ରେ ସରେ ପାଖରେ ଏବେ ଜିତିବାର ସୁଯୋଗ ରହିଛି। ପ୍ରଥମ ଇନିଂସରେ ସମରସେଟ୍‌ ୪୨୯ ରନ୍‌ କରିଥିବାବେଳେ ସରେ ୨୪୦ ରନ୍‌ରେ ସୀମିତ ରହିଥିଲା। ଦ୍ୱିତୀୟ ଇନିଂସରେ ସମରସେଟ ୬୯ ରନ୍‌ରେ ଅଲଆଉଟ୍‌ ହେବାରୁ ସରେକୁ ଜିତିବା ପାଇଁ ୨୫୮ ରନ୍‌ ଦରକାର।

Share