କୋବି ଗୋଟାକୁ ୩ ଟଙ୍କା

ଜଳେଶ୍ୱର, ୨୬ା୧୨(ଡି.ଏନ.ଏ.):ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ କୋବି ଚାଷୀମାନେ ଉଚିତ୍‌ ମୂଲ୍ୟ ନ ପାଇ ହତାଶ ହୋଇପଡିଛନ୍ତି। ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ଫୁଲ ଓ ବନ୍ଧାକୋବି ଗୋଟାକୁ ୩ଟଙ୍କାରେ ବିକ୍ରି କରି ବ୍ୟାପକ କ୍ଷତି ସହୁଛି।
୧ ଏକର ଜମି ଲାଗି ୧୦୦ ଗ୍ରାମ ମଞ୍ଜିକୁ ୪ରୁ ୫ହଜାର ଟଙ୍କକା ଦେଇ କିଣିଥାନ୍ତି ା
ସକତା, ସେମିନିସ, ମାର୍ବଲ, କୋରାଲ ହ୍ବାଇଟ୍‌, ଟେଟ୍ରିସ୍‌, ଶୀତଲ କିସମର କୋବି ମଞ୍ଜି ଜଳେଶ୍ୱର ଅଞ୍ଚଳରେ ଚାଷ ହୋଇଥାଏ ା ଅକ୍ଟୋବର ୧୫ ତାରିଖ ସୁଦ୍ଧା ଚାଷୀମାନେ ତଳି ପକାଇଥାନ୍ତି ା ପ୍ରକାର ଭେଦରେ ୨୫ରୁ ୩୦ ଦିନ ପରେ ତଳି ଲଗାଯାଇଥାଏ। ୧ଏକର ଜମିରେ ପ୍ରାୟ ୧୦ହଜାର ଚାରାରୋପଣ କରାଯାଏ। ୫୦ରୁ ୮୦ଦିନ ପରେ କୋବି ଅମଳ ହୁଏ ା ଜଳେଶ୍ୱରର ୩୫ଟି ପଞ୍ଚାୟତର ଚାଷୀ ପୂର୍ବରୁ କୋବି ଚାଷ କରି ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରି ଆସୁଥିଲେ। ଚଳିତବର୍ଷ ବଜାର ମାନ୍ଦା ଯୋଗୁ ଆଖିଦୃଶିଆ ବିକ୍ରୀବଟା ହୋଇପାରୁନି। ଜଳେଶ୍ୱର ବ୍ଲକର ମାକିଡିଆ, ଓଲମରା, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଶିଖରପୁର, ଗୋବରଘଟା, ଲକ୍ଷ୍ମଣନାଥ, ମହମ୍ମଦନଗରପାଟଣା, ରାୟାଁରାମଚନ୍ଦ୍ରପୁର, ରାଜପୁର, ପାଇକସିଦା, ପଶ୍ଚିମବାର୍ଡ, ଝାଡପିମ୍ପଳ, ବାଇଗଣବାଡିଆ, ଗଡସାହିବାଲିଆପାଳ ପଂଚାୟତର ପ୍ରାୟ ୬ଶହ ହେକ୍ଟର ଜମିରେ କୋବିଚାଷ ହୋଇଛି ା ଏହି ଅଞ୍ଚଳରୁ ଉପତ୍ନ୍ନ କୋବି ଉତ୍କୃଷ୍ଟ ବୋଲି ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି ା ପ୍ରତିଦିନ ୭ରୁ ୮ଟ୍ରକ୍‌ କୋବି ଜଳେଶ୍ୱର, ବେଣାପୁରା, ଭେଲୋରା, ପଶ୍ଚିମବାର୍ଡ, ନାଚିନ୍ଦା, ସୁନାକଣିଆ, ମାକିଡିଆ ହାଟରେ ବିକ୍ରି ହେଉଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି, ଧାର କରଜ କରି ଚାଷୀ କୋବି କରିଥିବା ବେଳେ ଏବେ ଏହା ଶାଗମାଛ ଦରରେ ବ୍ୟବସାୟୀ କିଣୁଛି ା
କିନ୍ତୁ ବ୍ୟବସାୟୀ ଏହାକୁ ଦୂରସ୍ଥାନକୁ ପଠାଇ ମାଲେମାଲ ହେଉଛି ା
ଏ ସମ୍ପର୍କରେ ଚାଷୀ ଅନୀଲ ମହାନ୍ତି, ଭଗିରଥ ଗିରି, ସୁଦର୍ଶନ ମାଇତି, ଶମ୍ଭୁ ମାଇତି, ପରିତୋଷ ମାଇତି, ଖୋକନ୍‌ ଜେନା, ରବୀନ୍ଦ୍ର ଦଳେଇ କୁହନ୍ତି, ସେମାନେ ଧାର କରଜ କରି କୋବି ଚାଷ କରିଥିଲେ ା ଅନୁକୂଳ ପାଗ ଯୋଗୁ ଚଳିତବର୍ଷ କୋବିଚାଷ ପ୍ରତି ଗୁରୁତ୍ୱ ଦେଇଥିଲେ। ହେଲେ ବିକ୍ରୀ ସୁବିଧା ନ ଥିବାରୁ ଚାଷୀମାନେ ବ୍ୟବସାୟୀଙ୍କ ଦ୍ୱାରା ଶୋଷଣ ହେଉଛନ୍ତି। ସାହୁକାରଙ୍କଠାରୁ ଟଙ୍କା କିମ୍ବା ସାର ଓ କୀଟନାଶକ ଲାଗି ଦୋକାନରୁ କରଜ କରିଥିବା ଅର୍ଥ ଅମଳ ପରେ ସେମାନେ ନେଇ ଯାଇଛନ୍ତି ା ଚାଷୀ ବିମୁଖ ହୋଇ କୋବି ଜମିରୁ ସଂଗ୍ରହ କରୁ ନ ଥିବା ବେଳେ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି ା


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri