ମୁଣ୍ଡପିଛା ଋଣ ୨୨,୮୨୭ ଟଙ୍କା

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ରାଜ୍ୟରେ ଋଣଭାର ୧ ଲକ୍ଷ ୪ ହଜାର ୩୧୨ କୋଟି ରହିଛି। ୨୦୨୧-୨୨ରେ ମୁଣ୍ଡପିଛା ଋଣଭାର ୨୨ ହଜାର ୮୨୭ ଟଙ୍କା ୫୪ ପଇସା। ରାଜ୍ୟ ସରକାର ୨୦୧୦-୧୧ରେ ୩୪୯୦.୪୬ କୋଟି ଟଙ୍କା ଋଣ କରିଥିବାବେଳେ ୨୦୧୧-୧୨ରେ ୧୭୮୦.୨୩ କୋଟି, ୨୦୧୨-୧୩ରେ ୨୫୭୦.୬୨ କୋଟି, ୨୦୧୩-୧୪ରେ ୨୯୭୯.୩୨ କୋଟି, ୨୦୧୪-୧୫ରେ ୭୬୩୬.୫୩ କୋଟି, ୨୦୧୫-୧୬ରେ ୧୧,୬୨୫.୩୨ କୋଟି, ୨୦୧୬-୧୭ରେ ୧୩,୦୮୦.୧୭ କୋଟି, ୨୦୧୭-୧୮ରେ ୧୪,୪୧୯.୪୧ କୋଟି, ୨୦୧୮-୧୯ରେ ୧୧,୭୫୦.୩୫ କୋଟି, ୨୦୧୯-୨୦ରେ ୧୫,୫୯୩.୬୨ କୋଟି, ୨୦୨୦-୨୧ରେ ୨୧,୩୧୭.୬୪ କୋଟି ଏବଂ ୨୦୨୧-୨୨ ଜାନୁୟାରୀ ସୁଦ୍ଧା ରାଜ୍ୟ ସରକାର ୧୦,୮୩୪.୨୯ କୋଟି ଟଙ୍କା ଋଣ କରିଛନ୍ତି। କର୍ନାଟକ ପରେ ଓଡ଼ିଶା ଦେଶରେ କମ୍‌ ଋଣ କରିବାରେ ଦ୍ୱିତୀୟ ରାଜ୍ୟ। ଆସନ୍ତା ବର୍ଷ ଓଡ଼ିଶା ସବୁଠାରୁ କମ୍‌ ଋଣ କରିବା ରାଜ୍ୟରେ ପରିଣତ ହେବ ବୋଲି ସୋମବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ରାଜ୍ୟରେ ବଢ଼ୁଥିବା ଋଣଭାରକୁ ନେଇ ବିଧାନସଭାରେ ବିରୋଧୀ ସଦସ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋମବାର ପ୍ରଶ୍ନୋତ୍ତର ବେଳେ ୩୨ ନମ୍ବର ପ୍ରଶ୍ନରେ କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ଜାଣିବାକୁ ଚାହିଁଥିଲେ ଯେ, ୨୦୧୦ରୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କେଉଁ ଆର୍ଥିକ ବର୍ଷରେ କେତେ ଋଣ କରିଛନ୍ତି। କେତେ ଋଣ ଓ ସୁଧ ଶୁଝିଛନ୍ତି। ରାଜ୍ୟ ଦିନକୁଦିନ ଋଣଭାରରେ ବୁଡ଼ିବା କାରଣ କ’ଣ। ରାଜ୍ୟ ସରକାର ଋଣ କରି ସରକାରୀ କର୍ମଚାରୀଙ୍କୁ ଦରମା ଦେଉଛନ୍ତି। କାଳିଆ, ବଳିଆ, ଛତା, ଜୋତା ଭଳି କେତେ କ’ଣ ଯୋଜନା କରାଯାଉଛି। ରାଜ୍ୟ ଋଣଭାରରେ ବୁଡ଼ିଲାଣି। ରାଜ୍ୟ ସରକାର କେତେ ଋଣ ଶୁଝିଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଋଣ କରି କର୍ମଚାରୀଙ୍କୁ ଦରମା ଦେଉନାହାନ୍ତି। ୨୦୨୧-୨୨ରେ ଅଣଟିକସ ଓ ନିଜସ୍ବ ଟିକସ ୨% ବୃଦ୍ଧି ପାଇଛି। ୨୦୦୪-୫ରୁ ରାଜ୍ୟ ସରକାର ଯାହା ଋଣ କରିଥିଲେ, ତାହା ବିକାଶମୂଳକ କାର୍ଯ୍ୟରେ ଲାଗିଛି। ଘରୋଇ ଉତ୍ପାଦନର ୨୫% ଯାଏ ଋଣ କରିବାକୁ ଏଫ୍‌ଆରବିଏମ୍‌ ଅନୁମତି ଦେଇଛି। ରାଜ୍ୟରେ ଋଣହାର ଏହାଠାରୁ କମ୍‌ ରହିଛି। କର୍ନାଟକକୁ ଛାଡ଼ିଦେଲେ ଓଡ଼ିଶା ସମସ୍ତ ରାଜ୍ୟଠାରୁ କମ୍‌ ଋଣ କରିଛି। ଆଗାମୀ ଦିନରେ କମ୍‌ ଋଣ କରିବାରେ ଆମ ରାଜ୍ୟ ସମସ୍ତଙ୍କ ଆଗରେ ରହିବ।
ବିଜେଡି ସଭ୍ୟ ପ୍ରଦୀପ ଅମାତ ପଚାରିଥିଲେ ଯେ, ରାଜ୍ୟ ସରକାର କେଉଁ ବର୍ଷ କେତେ ଋଣ କରିଛନ୍ତି। ସେଥିରୁ କେତେ ଶୁଝିଛନ୍ତି। ଖୋଲା ବଜାରରୁ କେତେ ଋଣ କରାଯାଇଛି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଚଳିତବର୍ଷ ଖୋଲା ବଜାରରୁ କୌଣସି ଋଣ କରିନାହାନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟ ସରକାର ସଞ୍ଜୀବ ହୋତା କମିଶନ ସୁପାରିସକୁ କାହିଁକି ଲାଗୁ କରିନାହାନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସଞ୍ଜୀବ ହୋତା କମିଶନଙ୍କ ରିପୋର୍ଟକୁ ରାଜ୍ୟ ସରକାର ତର୍ଜମା କରୁଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅଣରାଜସ୍ବ ଟିକସ ବାବଦରେ ୨୦ ହଜାର କୋଟି ଟଙ୍କା ରାଜସ୍ବ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୨୨ ଜାନୁୟାରୀ ସୁଦ୍ଧା ୩୮,୭୭୨ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଏଥିସହିତ ନିଜସ୍ବ ଟିକସ ଓ ଅଣଟିକସ ମଧ୍ୟ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବିଜେଡି ସଭ୍ୟ ଅମର ଶତପଥୀ ରାଜ୍ୟ ସରକାର କେତେ ଋଣ ଶୁଝିଛନ୍ତି ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ୧୯୯୯-୨୦୦୦ରୁ ୨୦୨୧-୨୨ ସୁଦ୍ଧା ରାଜ୍ୟର ଋଣଭାର କେତେ ଅଛି। କେତେ ସୁଧ ଓ ଋଣ ଶୁଝାଯାଇଛି। ମୁଣ୍ଡ ପିଛା ଋଣ କେତେ ବୋଲି ପଚାରିଥିଲେ। ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ଋଣ ୧ ଲକ୍ଷ ୪ ହଜାର ୩୧୨ କୋଟି ଟଙ୍କା ରହିଛି। ଠିକ୍‌ ସମୟରେ ଋଣ ଶୁଝାଯାଉଥିବାରୁ ଇନ୍‌ସେନ୍‌ଟିଭ ମିଳୁଛି। ୨୦୧୧-୧୨ରୁ ୨୦୨୦-୨୧ ମଧ୍ୟରେ ୧୩୯.୨୫ କୋଟି ଟଙ୍କା ଇନ୍‌ସେନ୍‌ଟିଭ ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri