ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶୁକ୍ରବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି। ରଣେନ୍ଦ୍ର ପଚାରିଛନ୍ତି ଯେ, ବର୍ତ୍ତମାନ ମଧ୍ୟାହ୍ନଭୋଜନରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ୫ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ପାଇଁ ୮ ଟଙ୍କା ୮୨ ପଇସା ଦିଆଯାଉଛି। ହେଲେ ଦର ଆକାଶ ଛୁଆଁ ହୋଇଥିବା ବେଳେ, ସରକାର ଏହାକୁ ବୃଦ୍ଧି କରିବାକୁ କିଛି ପଦକ୍ଷେପ ନେବେ କି।
ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ଖାଉଟି ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ମୁଣ୍ଡପିଛା ମୂଲ୍ୟ ବୃଦ୍ଧି ନିମନ୍ତେ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ବିଚାରାଧୀନ ଅଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଅନୁପାତରେ ପରିଚାଳିତ ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ପ୍ରତ୍ୟେକ ସରକାରୀ ଓ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ୪୪,୫୦,୦୦୦ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଅଛି। ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମୁଣ୍ଡପିଛା ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି। ଏଥିସହିତ ରାଜ୍ୟ ସରକାର ନିର୍ଦ୍ଧାରିତ ଅଂଶ ପ୍ରଦାନ କରିଥାନ୍ତି। ଏତଦ୍‌ବ୍ୟତୀତ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ମୁଣ୍ଡପିଛା ଖର୍ଚ୍ଚ ଛାତ୍ରୀଛାତ୍ରମାନଙ୍କୁ ପ୍ରଦାନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri