ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ବରିଷ୍ଠ ବିଜେଡି ନେତା ମଦନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ସଞ୍ଜୀବଙ୍କ ସହ ଏମ୍‌ପି ପ୍ରାର୍ଥତ୍ନୀ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ଭଣ୍ଡାରିପୋଖରୀର ବିକାଶ ପାଇଁଁ ଦୁଇଟି ଶଙ୍ଖରେ ମତ ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଥିଲେ। ଏହାସହ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବାକୁ ନିବେଦନ କରିଥିଲେ।
ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ଜିଲା ଛାତ୍ର ବିଜେଡି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ବ୍ଲକ ଯୁବ ବିଜେଡି ସଭାପତି ଲଳିତ ରାଉତ, ଜିଲା ପରିଷଦ ସଭ୍ୟ ବଦ୍ରୀ ନାରାୟଣ ରାଉତ, ଉତ୍କଳ କେଶରୀ ମହାନ୍ତି, ସରପଞ୍ଚ ରେଣୁବାଳା ରାଉତ, ସମିତିସଭ୍ୟା ବୈଜୟନ୍ତୀ ମୁଣ୍ଡା ପ୍ରମୁଖ ବିଜେଡିକୁ ବହୁ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ କହିଥିଲେ। ବରିଷ୍ଠ ନେତା ମହେଶ୍ୱର ସାହୁ, ବସନ୍ତ କୁମାର ସାହୁ, ଭୂପତି ମଲ୍ଲିକ, ବିବେକ ବଳ, ରାମଚନ୍ଦ୍ର ପରିଡ଼ା, ଦିବାକର ସେନାପତି ପ୍ରମୁଖ ଯୋଗ ଦେଇଥିଲେ। ଯୁବ ବିଜେଡି ନେତା ଜୟନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ମୋଟର ସାଇକେଲ ଶୋଭାଯାତ୍ରାରେ ଛତାବରଠାରୁ ପର୍ବତୀ ଯାଏ ଦୁଇ ପ୍ରାର୍ଥୀଙ୍କୁ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପାସ କରିଥିଲେ ଆୟକର ବିଭାଗରେ ସରକାରୀ ଚାକିରି; ଦରମା ୫୫ହଜାରୁ ଅଧିକ, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ଆୟକର ବିଭାଗ ୧୦ମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ ଆଣିଦେଇଛି। ବିଭାଗର ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ କ୍ଷେତ୍ରରେ କ୍ୟାଣ୍ଟିନ୍ ଆଟେଣ୍ଡାଣ୍ଟ (କ୍ୟାଣ୍ଟିନ୍ ପରିଚାରକ)ର ୭ଟି…

୭୫ ବର୍ଷ ହେଲା ହୋଇପାରିନି ସେଟଲମେଣ୍ଟ: ମିଳିନି ପଟ୍ଟା, ମଣ୍ଡିରେ ଖରିଫ ଧାନ ବିକ୍ରି ନେଇ ଉପୁଜିଛି ସମସ୍ୟା

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଆଙ୍କୋରଡା ମୌଜାରେ ଗତ ୭୫ ବର୍ଷ ହେଲା ସେଟଲମେଣ୍ଟ ହୋଇପାରିନାହିଁ। ଗତ କିଛି ଦିନ ପୂର୍ବେ ରାଜସ୍ବ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

‘ଘରେ ଘରେ ତ୍ରିରଙ୍ଗା’: ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ, ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ଯୋଗଦାନ

ବଲାଙ୍ଗୀର, ୧୧।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ମଙ୍ଗଳବାର ‘ଘରେ ଘରେ ତ୍ରିରଙ୍ଗା’ ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

ଚିଲିକା ମଝିରେ ଆକ୍ରମଣ, ଜଣେ ମୃତ, ଜଣେ ଗୁରୁତର

କୃଷ୍ଣପ୍ରସାଦ,୧୨।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାମଲଙ୍କା ପଞ୍ଚାୟତ କୁମାରପୁର ଚିଲିକାରେ ମାଛ ଧରିବା ବେଳେ ଏକ ଅଘଟଣ ଘଟିଛି। କୁମାରପୁର ଗ୍ରାମର ଚିନ୍ମୟ…

ସ୍ବାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

ରାଇକିଆ,୧୧।୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆରେ ଜାତୀୟ ଦିବସ ଆୟୋଜକ କମିଟି ପକ୍ଷରୁ ପାଳନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ବାଧୀନତା ଦିବସକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri