ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି

ଉତ୍ତମ ଜୀବନଚର୍ଯ୍ୟା ଓ ଖାଦ୍ୟାଭାସ ସହ କେତେକ ସ୍ବାସ୍ଥ୍ୟ ଅନୁକୂଳ ପରାମର୍ଶ ବର୍ତ୍ତମାନ ସମୟରେ ଜୀବନଯାପନ ପାଇଁ ବିଶେଷ ସହାୟକ ହୋଇଥାଏ। ଏପରିକି ବୈଦିକ ଯୁଗରୁ ନୀରୋଗ ଜୀବନ ପାଇଁ ଆୟୁର୍ବେଦ ପ୍ରଚଳିତ ହୋଇଆସିଛି। ବିଶେଷକରି ପୂର୍ବକାଳରେ ମଧ୍ୟ ରାଜାରାଜୁଡ଼ାମାନଙ୍କର ସ୍ବାସ୍ଥ୍ୟରକ୍ଷା ନିମନ୍ତେ ପ୍ରାକୃତିକ ପରିବେଶରୁ ମିଳୁଥିବା ଚେରମୂଳି ଓ ଔଷଧୀୟ ବୃକ୍ଷ ଆଦିର ଉପଯୋଗ ବୈଦ୍ୟମାନେ ହିଁ କରୁଥିଲେ। ପରେ ଏହା ଜନସାଧାରଣଙ୍କ ହିତରେ କାର୍ଯ୍ୟକାରୀ କରିବା ପାଇଁ କବିରାଜ ବା ବୈଦ୍ୟମାନେ ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତିକୁ ଉପଯୋଗକଲେ। ବିଜ୍ଞାନ ଯୁଗରେ ମଧ୍ୟ ଆୟୁର୍ବେଦ ପ୍ରତି ଲୋକଙ୍କର ଆଗ୍ରହ ରହିଛି, କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଦୀର୍ଘ ବର୍ଷର ଅଭିଜ୍ଞତା ଓ ପ୍ରତିଷ୍ଠିତ ବୈଦ୍ୟ ପରମ୍ପରା ଓଡ଼ିଶା ଆୟୁର୍ବେଦ ଭବନର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଦାସଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର-୧: ବାଲ୍ୟଜୀବନ କିଭଳି ଅତିବାହିତ କରିଥିଲେ?
ଉ- ମୋ ଜନ୍ମ ଜାମଶେଦପୁରଠାରେ ହୋଇଥିବାରୁ ମୁଁ ସେଠାରେ ମୋ ଅଜା ଗୋକୁଳାନନ୍ଦ ଦାସଙ୍କ ଘରେ ବାଲ୍ୟଜୀବନ ବିତାଇଥିଲି। ପରବର୍ତ୍ତୀ ସମୟରେ ମୁଁ ଆମ ଘର କଟକକୁ ଆସିଲି। ଏପରିକି ରେଲୱେ ସେଟଲମେଣ୍ଟ ହାଇସ୍କୁଲ ଏବଂ ଚୌଦ୍ୱାର କଲେଜରୁ ଶିକ୍ଷା ଲାଭ ଶେଷକରି ଆଗକୁ ଆଗକୁ ମାଡ଼ିିଚାଲିଛି।

ପ୍ର-୨: ପ୍ରାରମ୍ଭିକ ବୃତ୍ତିଗତ ଜୀବନ କିପରି ଆରମ୍ଭ ହେଲା?
ଉ- ଉଚ୍ଚଶିକ୍ଷା ସମାପ୍ତି ପରେ ମୁଁ ବେସରକାରୀ ଚାକିରି କରୁଥିଲି। ଏହି ସମୟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲି। ତାଙ୍କ ଶୁଭେଚ୍ଛା ଓ ପରାମର୍ଶ ପୂର୍ବରୁ ଜେଜେଙ୍କ ଦ୍ୱାରା ସ୍ଥାପିତ ଆୟୁର୍ବେଦିକ ସଂସ୍ଥାରେ କାର୍ଯ୍ୟ କରିବା ପାଇଁ ପରିବାର ଲୋକେ ପ୍ରେରିତ କରିଥିଲେ। ଏପରିକି ଧୀରେ ଧୀରେ ଜେଜେଙ୍କ ପାଖକୁ ନିୟମିତ ଆସୁଥିବା ସେ ସମୟର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସୁପରାମର୍ଶରେ ମୁଁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିବା ସହ ବୃତ୍ତିଗତ ଜୀବନର ଅୟମାରମ୍ଭ କରିଥିଲି।

ପ୍ର-୩: ଓଡ଼ିଶା ଆୟୁର୍ବେଦ ଭବନ ଯାତ୍ରା କିପରି ଚାଲିଛି?
ଉ- ମୋ ଜେଜେ ତଥା ଜଣାଶୁଣା କବିରାଜ ବନମାଳୀ ଦାସଙ୍କ ଦ୍ୱାରା ୧୯୪୨ରୁ ଓଡ଼ିଶା ଆୟୁର୍ବେଦ ଭବନ ପ୍ରତିଷ୍ଠା ହୋଇଥିଲା। ଏଠାରେ ସେ ଔଷଧ ତିଆରି କରି ରୋଗୀ ସେବା ସହ ଗ୍ରାମ୍ୟ ଓ ଜଙ୍ଗଲଜାତ ବିଭିନ୍ନ ଔଷଧୀୟ ବୃକ୍ଷର ଚେରମୂଳିରୁ ସଂଗୃହୀତ ବସ୍ତୁକୁ ନେଇ ସ୍ବାସ୍ଥ୍ୟ ଉପଯୋଗୀ ଆୟୁର୍ବେଦକ୍‌ ଔଷଧ ବୈଦିକ ଶାସ୍ତ୍ରୀୟ ଶୈଳୀରେ ପ୍ରସ୍ତୁତ କରାଯାଇଥାଏ। ବିଶେଷକରି ଜନସାଧାରଣଙ୍କ ଆସ୍ଥା ଓ ଆଗ୍ରହ ଧୀରେ ଧୀରେ ବଢ଼ିବାର ସହ ଏକ ପ୍ରତିଷ୍ଠିତ ଆୟୁର୍ବେଦୀୟ ସଂସ୍ଥା ଭାବେ ପରିଚିତି ଲାଭ କରିଥିଲା। ଫଳରେ ସେବେଠାରୁ ଆଜି ପର୍ଯ୍ୟନ୍ତ ଆମେ ମଧ୍ୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଖୁସି ଅନୁଭବ କଲୁ। ଏପରିକି ଆମ ଦ୍ୱାରା ପରୀକ୍ଷିତ ଉତ୍ତମ ଗୁଣମାନର ଔଷଧୀୟ ଚେରମୂଳି, ତୈଳ, ବନ୍ୟଜାତ ସାମଗ୍ରୀ ସବୁ ବର୍ଗର ଲୋକଙ୍କ ପସନ୍ଦର ଔଷଧ ହୋଇଯାଇଥିଲା। ଆଧୁନିକ ଯୁଗୋପଯୋଗୀ ପ୍ୟାକିଂରେ ବର୍ତ୍ତମାନ ଏହାକୁ ଉପଲବ୍ଧ କରାଇପାରୁଛୁ। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟକୁ ଆମ ଔଷଧ ପ୍ରେରଣ ହେଉଛି।

ପ୍ର-୪: ଆଧୁନିକ ବିଜ୍ଞାନ ଯୁଗରେ ଆୟୁର୍ବେଦୀୟ ଔଷଧର ଚାହିଦା କିଭଳି ରହିଛି?
ଉ- ବୈଦିକଯୁଗରୁ ଆୟୁର୍ବେଦିକ ଚିକିତ୍ସା ମାନବକୁ ପାର୍ଶ୍ୱ ପ୍ରତିକ୍ରିୟାବିହୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛି। ଫଳରେ ଆୟୁର୍ବେଦ ମଧ୍ୟ ଏକ ବିଜ୍ଞାନ ସମ୍ମତ ଚିକିତ୍ସା ପଦ୍ଧତି ବୋଲି ଧରାଯାଏ। ଏପରିକି ସର୍ବଭାରତୀୟସ୍ତରରେ ମଧ୍ୟ ଏହାର ପ୍ରବେଶିକା ପରୀକ୍ଷା କରାଯାଇ ଆୟୁର୍ବେଦ ଚିକିତ୍ସା ପାଠ୍ୟକ୍ରମ ପାଇଁ ବିଦ୍ୟାର୍ଥୀ ଚୟନ କରାଯାଇଥାଏ। ବର୍ତ୍ତମାନ ଏହାକୁ ବିଏଏମ୍‌ଏସ୍‌ ସ୍ନାତକ ଓ ସ୍ନାତକୋତ୍ତର ଭାବେ ଏମ୍‌ଡି ଏମ୍‌ଏସ୍‌ ଆଦି ପାଠ୍ୟକ୍ରମ ପ୍ରଚଳିତ ହୋଇଛି। ସମାନ୍ତରାଳ ଭାବେ ବିଭିନ୍ନ ରୋଗ ପାଇଁ ମଧ୍ୟ ଔଷଧ ଉପଲବ୍ଧ ହେଲାଣି। ଏହାର ଉନ୍ନତି ଦିଗରେ ଆୟୁର୍ବେଦିକ କଲେଜ ମଧ୍ୟ ସ୍ଥାପିତ ହୋଇଛି। ବର୍ତ୍ତମାନ ସରକାରଙ୍କର ଆୟୁଷ ମନ୍ତ୍ରଣାଳୟ ଉନ୍ନତିକୁ ଆଉ ୨ପାଦ ଆଗେଇ ନେଇଛନ୍ତି।

ପ୍ର-୫: ଆପଣଙ୍କ ଦ୍ୱାରା ପ୍ରସ୍ତୁତ ଔଷଧର ବଜାର ଚାହିଁଦା କ’ଣ ରହିଛି?
ଉ- ଆମ ଦ୍ୱାରା ପ୍ରସ୍ତୁତ ଔଷଧ ବର୍ତ୍ତମାନ ସମୟରେ ମଧ୍ୟ ବଜାରରେ ଆଦୃତ ହେଉଛି। ବିଶେଷ କରି ଶିବାଷ୍ଟକ ଚୂର୍ଣ୍ଣ ଗ୍ୟାସ୍‌, ଏସିଡିଟି, ବଦହଜମି ଓ କୋଷ୍ଠକାଠିନ୍ୟ ପାଇଁ ଆମ ଉତ୍ପାଦ ବେଶ୍‌ ଉପାଦେୟ ହୋଇପାରିଛି। ବିଭିନ୍ନ ସମୟରେ ଏହାକୁ ସେବନ ପାଇଁ ସବୁ ବର୍ଗର ଚିକିତ୍ସକ ପରାମର୍ଶ ଦେଉଛନ୍ତି। ଏତଦ୍‌ଭିନ୍ନ ଚ୍ୟବନପ୍ରାଶ୍‌, ରୁମାଟ୍ରିଟ୍‌ ଅଏଲ୍‌, ପେଟ ସୁଦ୍ଧି ଚୂର୍ଣ୍ଣ, ପଞ୍ଚାରିଷ୍ଟ, ରାସନାଦିବଟି ମଧ୍ୟ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିଛି। ଏକକ ଚେରମୂଳି ଭାବେ ଯଥା ଅଶ୍ୱଗନ୍ଧା, ଜାମୁନ, ମେଥି, ଗୁଡ଼ମାରି, ଅଁଳା ସହିତ ଅନ୍ୟାନ୍ୟ ୧୫୦ରୁ ଅଧିକ ପ୍ରକାର ଔଷଧ ପ୍ରସ୍ତୁତି ଓ ବିତରଣ ହେଉଛି।

ପ୍ର-୬ : ଆପଣଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଉ- ଓଡ଼ିଶାରେ ଏକ ଅତ୍ୟାଧୁନିକ ବୈଦ୍ୟଶାଳା ସ୍ଥାପନ ମୋର ଲକ୍ଷ୍ୟ। ଏଥିସହ କିପରି ଗ୍ରାମୀଣ କୃଷକମାନେ ଔଷଧୀୟ ବୃକ୍ଷ ଚାଷକରି ଉକ୍ତ ଚେରମୂଳିରୁ ବିଶୁଦ୍ଧ ଗୁଣବତ୍ତା ଔଷଧ ପ୍ରସ୍ତୁତ କରିପାରିବେ ସେ ଦିଗରେ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି। ଫଳରେ ଓଡ଼ିଶାର କୃଷି, ସ୍ବାସ୍ଥ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri