କାମ ହେବ କି ନାହିଁ ଲୋକେ ନିଷ୍ପତ୍ତି ନେବେ: ନରସିଂହ

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର ସହରର ସର୍ବବୃହତ୍‌ ଜଳାଶୟ ମହାରାଣୀ ସାଗର ସବୁଠୁ ପ୍ରଦୂଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହି ଜଳାଶୟର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୨୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅଣାଯାଇଛି। ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା। କାମ ଆରମ୍ଭ ହେବା କଥା। ହେଲେ ଖୋଦ୍‌ ପୌର ପରିଷଦ ଏହାକୁ ବିରୋଧ କରିଥିଲା। ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସହ ସେହି ଅଞ୍ଚଳରେ ନୂଆ ଜିଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ କୋଠା ତିଆରି ହେବା କଥା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଳ୍ପ କେତେଜଣ ଗରିବ ଲୋକ ବିସ୍ଥାପିତ ହେବେ। ସେମାନଙ୍କୁ ଥଇଥାନ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା। ମାତ୍ର ପୌର ପରିଷଦ ଗରିବ ଲୋକଙ୍କ ନଁାରେ ସେଠାରେ ସେଇ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ତିଆରିକୁ ବିରୋଧ କରିଛି। ଫଳରେ ସେସବୁ ପ୍ରକଳ୍ପ ଅନୁଦାନ ଥିବା ସତ୍ତ୍ୱେ ବନ୍ଦ ହୋଇପଡିଛି। ଏବେ ବଲାଙ୍ଗୀର ଜନସାଧାରଣ ନିଷ୍ପତ୍ତି ନେବେ ଯେ ସେସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା କି ନୁହଁ। ଲୋକେ ଚାହିଁଲେ ପ୍ରକଳ୍ପ ହେବ ଏବଂ ଲୋକେ ନ ଚାହିଁଲେ ବ୍ୟକ୍ତିଗତ ଭାବେ କ’ଣ କରାଯାଇପାରିବ ବୋଲି ବିଧାୟକ ନରସିଂହ ମିଶ୍ର ବୁଧବାର ସ୍ଥାନୀୟ ସର୍କିଟ ହାଉସଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ। ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସେ ଆହୁରି କହିଥିଲେ ଯେ, ଯେଉଁ ଅଞ୍ଚଳରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପ୍ରସ୍ତାବ ରହିଛି ସେଠାରେ ଗରିବ ଲୋକଙ୍କ ଅପେକ୍ଷା ବେଶୀ ପରିମାଣରେ ଧନୀ ଲୋକ ରହୁଛନ୍ତି। ବିଶେଷକରି ପୋଲିସ ଚାକିରିଆ ଦ୍ୱିତଳ କୋଠା ତିଆରି ଭଡାରେ ଲଗାଇଛନ୍ତି ବୋଲି କହିଥିଲେ। ଲକ୍ଷ୍ମୀଯୋର ପ୍ରକଳ୍ପର ୧୪ କୋଟି ଟଙ୍କା ପଡିରହିଛି। ଗନ୍ଧରେଲ ପ୍ରକଳ୍ପର ୩ କୋଟି ଟଙ୍କା ପଡିରହିଛି। ଏହା କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହାକୁ ଜାଣିଶୁଣି ବିରୋଧ କରାଯାଉଛି। ଜଣେ ବିଧାୟକ ଭାବେ ଅନୁଦାନ ସିନା ଆଣିବେ ପୌର ପରିଷଦ ଓ ଜିଲା ପ୍ରଶାସନ ଯଦି ଏଭଳି ପ୍ରକଳ୍ପକୁ କାର୍ଯ୍ୟକାରୀ ନକରି ଏହାକୁ ବିରୋଧ କରିବେ ଏବଂ ଲୋକେ ଯଦି ଚୁପ୍‌ ରହିବେ ତେବେ ସେ କ’ଣ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ଏହି ଅବସରରେ ବିଧାୟକ ମିଶ୍ର ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରିର ଉନ୍ନତିକରଣ, ଚାନ୍ଦଲି ପାହାଡର ଉନ୍ନତିକରଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ, ମାତ୍ର ଲୋକଙ୍କ ସେବା ପାଇଁ ଆଜୀବନ ରାଜନୀତିରେ ସେ ସକ୍ରିୟ ରହିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri