Categories: ଜାତୀୟ

ସ୍ବାଧିନତା ସଂଗ୍ରାମରେ କୌଣସି ଭୂମିକା ନଥିବା ଲୋକେ ଦେଶରେ ସୃଷ୍ଟି କରୁଛନ୍ତି ଘୃଣାର ବାତାବରଣ…

ନୂଆଦିଲ୍ଲୀ, ୨୮।୧୨: ଦେଶର ସ୍ବାଧୀନତା ସଂଗ୍ରାମରେ କୌଣସି ଭୂମିକା ନଥିବା ଲୋକେ ଘୃଣାର ବାତାବରଣ ସୃଷ୍ଟି କରୁଛନ୍ତି। ସମାଜରେ ଉତ୍ତେଜନା ସୃଷ୍ଟି କରିବା ଏଭଳି ଲୋକଙ୍କ କାମ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି। କଂଗ୍ରେସର ୧୩୭ ସ୍ଥାପନା ଦିବସ ଅବସରରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଏଭଳି ଲୋକଙ୍କ ବିଭାଜନ ଚିନ୍ତାଧାରା ଯୋଗୁ ସମାଜରେ ଅଶାନ୍ତି ବୃଦ୍ଧି ପାଇବା ସହିତ ଲୋକତନ୍ତ୍ର ପ୍ରତି ବିପଦ ଦେଖାଦେଇଛି।

ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବା କାର୍ଯ୍ୟ ଉପରେ ସୋନିଆ ଗୁରୁତ୍ୱପ୍ରଦାନ କରିବା ସହିତ ଧାରଣା ପ୍ରର୍ଦଶନ ସହିତ ଆନ୍ଦୋଳନ ରଣନୀତି ଉପରେ କର୍ମକର୍ତ୍ତାମାନେ ଧ୍ୟାନ ଦେବାର ଆବଣ୍ୟକତା ରହିଛି ବୋଲି ସୋନିଆ କହିଛନ୍ତି।  ଭାଜପାର ନାମ ନ ନେଇ ସୋନିଆ ଶାସକ ଦଳକୁ ଟାର୍ଗେଟ କରିଛନ୍ତି।

Share