Categories: ବାଣିଜ୍ୟ

ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୩।୮:  କୋଭିଡ୍‌ ସଂକ୍ରମଣ ସାରା ଦେଶକୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି। ଦେଶ ବିକାଶ ପଥରେ ଅଗ୍ରସର ହେଉଥିବା ସମୟରେ ମହାମାରୀ ଏକ ପ୍ରକାର ବାଧକ ସାଜିଛି। ଫଳରେ ସରକାରଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ସମୟରେ ନିଯୁକ୍ତି ଓ ବେରୋଜଗାର ଏକ ବଡ଼ ସମସ୍ୟା ପାଲଟିଛି। ସେହିଭଳି କୋଭିଡ୍‌ ଯୋଗୁ ସବୁ କ୍ଷେତ୍ରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚାକିରି ହରାଇଥିବା ବ୍ୟକ୍ତିଙ୍କ ପାଇଁ ସରକାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଯେଉଁମାନେ କୋଭିଡ୍‌ ମହାମାରୀରେ ଚାକିରି ହରାଇଛନ୍ତି, ସେମାନଙ୍କ ଇପିଏଫ୍‌ଓ ଆକାଉଣ୍ଟକୁ କେନ୍ଦ୍ର ସରକାର ୨୦୨୨ ପର୍ଯ୍ୟନ୍ତ ପିଏଫ୍‌ ଅଂଶଧନ ଜମା କରିବେ। ଏ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁ ବ୍ୟକ୍ତିମାନଙ୍କର ଇପିଏଫ୍‌ଓ ଆକାଉଣ୍ଟ ପଞ୍ଜୀକରଣ ହୋଇଥିବ, କେବଳ ସେହି ବ୍ୟକ୍ତମାନଙ୍କୁ ହିଁ ଏହି ସୁବିଧା ଓ ସହାୟତା ସରକାରଙ୍କ ପକ୍ଷରୁ ମିଳିବ।

Share