କ୍ଷୁଧାରେ ଛଟପଟ ଲୋକେ

ରାଫାହ,୧୭।୧୨: ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ୧୧ ସପ୍ତାହରେ ପହଞ୍ଚତ୍ଥିବାବେଳେ ଗୁରୁବାରଠାରୁ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଯାଇଛି। ଏହା ସାଙ୍ଗକୁ ଖାଇବାକୁ ନ ପାଇ ଲୋକେ ଛଟପଟ ହେଉଥିବା ଜାତିସଂଘର ଏକ ସଂସ୍ଥା ସୂଚନା ଦେଇଛି। ଫଳରେ ଗାଜାବାସୀ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ପାଲେଷ୍ଟିନୀୟମାନଙ୍କ ନିକଟରେ ସହାୟତା ପହଞ୍ଚତ୍ବାରେ ବାଧା ସୃଷ୍ଟି ହୋଇଛି। ସେହିପରି ଉଦ୍ଧାରକାରୀ ଟିମ୍‌ ମଧ୍ୟ ଆବଶ୍ୟକ ସ୍ଥଳେ ପହଞ୍ଚତ୍ପାରୁ ନାହିଁ। ଦୁଇ ମାସରୁ ଊର୍ଦ୍ଧ୍ୱ ଯୁଦ୍ଧ ଅବଧି ମଧ୍ୟରେ କ୍ରମାଗତ ଏତେଦିନ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇ ନ ଥିଲା। ଗାଜା ଦକ୍ଷିଣ ଭାଗରେ ଟେଲିକମ୍ୟୁନିକେଶନ ଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ଫୋନ୍‌ ସଂଯୋଗ ହୋଇପାରୁ ନ ଥିବା ଜାତିସଂଘ ମାନବୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ କମାଇ କେବଳ ହମାସ୍‌ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଆମେରିକାର ପରାମର୍ଶ ସତ୍ତ୍ୱେ ଶନିବାର ଇସ୍ରାଏଲ୍‌ର ବୋମାମାଡ଼ରେ ଗାଜାର ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜବାଲିଆର ପୁରୁଣା ଗାଜା ଷ୍ଟିଟ୍‌ରେ ଥିବା ଦୁଇଟି ଘର ଉପରେ ଇସ୍ରାଏଲ୍‌ ସେନା ବୋମାମାଡ଼ କରିଥିଲା। ଘରଗୁଡ଼ିକର ଭଗ୍ନାବଶେଷ ତଳେ ବହୁ ଲୋକ ପୋତିହୋଇଯାଇଥିବା ଆଶଙ୍କା କରାଯାଉଛି। ଇସ୍ରାଏଲ୍‌ ସେନା ଗାଜା ସିଟିର ଦୁଇଟି ସ୍କୁଲ୍‌ ଉପରେ ଆକ୍ରମଣ କରିବାରୁ କେତେଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହମାସ୍‌ ଅସ୍ତ୍ରଶସ୍ତ୍ର ରଖିଥିବା ଖାନ୍‌ ୟୁନିସ୍‌ର ଏକ ଆପାର୍ଟମେଣ୍ଟ ଉପରେ ଇସ୍ରାଏଲ୍‌ ସୈନ୍ୟ ଚଢ଼ାଉ କରିଛନ୍ତି।
ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରେ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଗାଜା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଇସ୍ରାଏଲ୍‌ ଆକ୍ରମଣ ପରେ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ସେମାନେ ଦକ୍ଷିଣ ଭାଗରେ ଥିବା ଆଶ୍ରୟସ୍ଥଳଗୁଡ଼ିକରେ ଦୟନୀୟ ସ୍ଥିତିରେ ରହିଥିବାବେଳେ ମାନବୀୟ ସଙ୍କଟ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାର ଇସ୍ରାଏଲ ସୈନ୍ୟ ଭୁଲ୍‌ବଶତଃ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍‌ ଆତଙ୍କବାଦୀ ଭାବି ହତ୍ୟା କରିଥିଲେ। ସେପଟେ ନେତାନ୍ୟାହୁ ସରକାର ପଣବନ୍ଦୀମାନଙ୍କୁ ଫେରାଇ ଆଣିବାରେ ବିଫଳ ହୋଇଥିବାରୁ ତେଲ୍‌ ଆଭିଭ୍‌ ମୁଖ୍ୟ ରାଜପଥରେ ଶୁକ୍ରବାର ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ଫେରାଇ ଆଣିବା ଦିଗରେ ସରକାର ଅଧିକ ପଦକ୍ଷେପ ନେବା ଦାବିରେ ପଣବନ୍ଦୀଙ୍କ ପରିବାର ଲୋକେ ଅଭିଯାନ ଚଳାଇଛନ୍ତି। ଭୁଲ୍‌ରେ ପଣବନ୍ଦୀଙ୍କୁ ହତ୍ୟା ଘଟଣାରେ ଉତ୍ତେଜନା ବୃଦ୍ଧି ପାଇବା ସହ ସରକାରଙ୍କ ଉପରେ ଚାପ ବଢ଼ିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri