କ୍ଷୁଧାରେ ଛଟପଟ ଲୋକେ

ରାଫାହ,୧୭।୧୨: ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲ୍‌ ଆକ୍ରମଣ ୧୧ ସପ୍ତାହରେ ପହଞ୍ଚତ୍ଥିବାବେଳେ ଗୁରୁବାରଠାରୁ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ହୋଇଯାଇଛି। ଏହା ସାଙ୍ଗକୁ ଖାଇବାକୁ ନ ପାଇ ଲୋକେ ଛଟପଟ ହେଉଥିବା ଜାତିସଂଘର ଏକ ସଂସ୍ଥା ସୂଚନା ଦେଇଛି। ଫଳରେ ଗାଜାବାସୀ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛନ୍ତି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ପାଲେଷ୍ଟିନୀୟମାନଙ୍କ ନିକଟରେ ସହାୟତା ପହଞ୍ଚତ୍ବାରେ ବାଧା ସୃଷ୍ଟି ହୋଇଛି। ସେହିପରି ଉଦ୍ଧାରକାରୀ ଟିମ୍‌ ମଧ୍ୟ ଆବଶ୍ୟକ ସ୍ଥଳେ ପହଞ୍ଚତ୍ପାରୁ ନାହିଁ। ଦୁଇ ମାସରୁ ଊର୍ଦ୍ଧ୍ୱ ଯୁଦ୍ଧ ଅବଧି ମଧ୍ୟରେ କ୍ରମାଗତ ଏତେଦିନ ଟେଲିଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ବ୍ୟାହତ ହୋଇ ନ ଥିଲା। ଗାଜା ଦକ୍ଷିଣ ଭାଗରେ ଟେଲିକମ୍ୟୁନିକେଶନ ଲାଇନ କ୍ଷତିଗ୍ରସ୍ତ ହୋଇଥିବାରୁ ଫୋନ୍‌ ସଂଯୋଗ ହୋଇପାରୁ ନ ଥିବା ଜାତିସଂଘ ମାନବୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ସାମରିକ କାର୍ଯ୍ୟାନୁଷ୍ଠାନ କମାଇ କେବଳ ହମାସ୍‌ ନେତାଙ୍କୁ ଟାର୍ଗେଟ କରିବା ପାଇଁ ଆମେରିକାର ପରାମର୍ଶ ସତ୍ତ୍ୱେ ଶନିବାର ଇସ୍ରାଏଲ୍‌ର ବୋମାମାଡ଼ରେ ଗାଜାର ୧୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଜବାଲିଆର ପୁରୁଣା ଗାଜା ଷ୍ଟିଟ୍‌ରେ ଥିବା ଦୁଇଟି ଘର ଉପରେ ଇସ୍ରାଏଲ୍‌ ସେନା ବୋମାମାଡ଼ କରିଥିଲା। ଘରଗୁଡ଼ିକର ଭଗ୍ନାବଶେଷ ତଳେ ବହୁ ଲୋକ ପୋତିହୋଇଯାଇଥିବା ଆଶଙ୍କା କରାଯାଉଛି। ଇସ୍ରାଏଲ୍‌ ସେନା ଗାଜା ସିଟିର ଦୁଇଟି ସ୍କୁଲ୍‌ ଉପରେ ଆକ୍ରମଣ କରିବାରୁ କେତେଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ହମାସ୍‌ ଅସ୍ତ୍ରଶସ୍ତ୍ର ରଖିଥିବା ଖାନ୍‌ ୟୁନିସ୍‌ର ଏକ ଆପାର୍ଟମେଣ୍ଟ ଉପରେ ଇସ୍ରାଏଲ୍‌ ସୈନ୍ୟ ଚଢ଼ାଉ କରିଛନ୍ତି।
ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିବା ପରେ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଗାଜା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ଇସ୍ରାଏଲ୍‌ ଆକ୍ରମଣ ପରେ ଗାଜାର ୨୩ ଲକ୍ଷ ଲୋକଙ୍କ ମଧ୍ୟରୁ ୮୫ ପ୍ରତିଶତ ଘରଦ୍ୱାର ଛାଡ଼ି ପଳାଇଛନ୍ତି। ସେମାନେ ଦକ୍ଷିଣ ଭାଗରେ ଥିବା ଆଶ୍ରୟସ୍ଥଳଗୁଡ଼ିକରେ ଦୟନୀୟ ସ୍ଥିତିରେ ରହିଥିବାବେଳେ ମାନବୀୟ ସଙ୍କଟ ବଢ଼ିବାରେ ଲାଗିଛି। ଗତ ଶୁକ୍ରବାର ଇସ୍ରାଏଲ ସୈନ୍ୟ ଭୁଲ୍‌ବଶତଃ ୩ ଜଣ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍‌ ଆତଙ୍କବାଦୀ ଭାବି ହତ୍ୟା କରିଥିଲେ। ସେପଟେ ନେତାନ୍ୟାହୁ ସରକାର ପଣବନ୍ଦୀମାନଙ୍କୁ ଫେରାଇ ଆଣିବାରେ ବିଫଳ ହୋଇଥିବାରୁ ତେଲ୍‌ ଆଭିଭ୍‌ ମୁଖ୍ୟ ରାଜପଥରେ ଶୁକ୍ରବାର ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ଫେରାଇ ଆଣିବା ଦିଗରେ ସରକାର ଅଧିକ ପଦକ୍ଷେପ ନେବା ଦାବିରେ ପଣବନ୍ଦୀଙ୍କ ପରିବାର ଲୋକେ ଅଭିଯାନ ଚଳାଇଛନ୍ତି। ଭୁଲ୍‌ରେ ପଣବନ୍ଦୀଙ୍କୁ ହତ୍ୟା ଘଟଣାରେ ଉତ୍ତେଜନା ବୃଦ୍ଧି ପାଇବା ସହ ସରକାରଙ୍କ ଉପରେ ଚାପ ବଢ଼ିଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri