ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ତେଜିଲେ

ଯାଜପୁର ଅଫିସ/କଳିଙ୍ଗନଗର,୨୫ା୧: ଶିଳ୍ପ ଓ ଖଣି ଥିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ସମସ୍ତ ମୌଳିକ ସମସ୍ୟାର ସମାଧାନ ହେବ। ପାଠ ପଢୁୁଆ ବେକାର ଯୁବତୀ ଯୁବକମାନେ କର୍ମ ସଂସ୍ଥାନ ପାଇ ଆମତ୍ ନିର୍ଭରଶୀଳ ହେବେ। ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ଗମନାଗମନର ବ୍ୟାପକ ବ୍ୟବସ୍ଥା ହେବ ବୋଲି ଯେଉଁ ସ୍ବପ୍ନ ଯାଜପୁର ଜିଲା କଳିଙ୍ଗନଗର ଅଞ୍ଚଳର ଲୋକେ ଦେଖିଥିଲେ ଏବେ ତାହା ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି। ନେତା,ରାଜନେତାଠାରୁ ଆରମ୍ଭ କରି ଶିଳ୍ପପତି ଏବଂ ପ୍ରଶାସକମାନେ ଯେଉଁ ଧୂଆଁବାଣ ଦେଇ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିଥିଲେ, ତାର କୁପରିଣାମ ଏବେ ଲୋକଙ୍କୁ ଭୋଗିବାକୁ ପଡୁଛି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ବ୍ଳକ ଶାଳିଜଙ୍ଗା ପଞ୍ଚାୟତ ୮ ନମ୍ବର ୱାର୍ଡ ବେଣାପାଟିଆ ଗ୍ରାମରେ ଏହା ଜଳଜଳ ହୋଇ ଦିଶୁଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବହୁବର୍ଷ ଧରି ଉପେକ୍ଷିତ ଓ ପ୍ରତାରିତ ରହିଥିବା ଅଭିଯୋଗ କରି ବେଣାପାଟିଆ ଗ୍ରାମବାସୀ ସମୂହ ଭୋଟ ବର୍ଜନ କରିବା ପାଇଁ ରବିବାର ଘୋଷଣା କରିଛନ୍ତି।
ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ବେଣାପାଟିଆ ଗ୍ରାମବାସୀ ଚରମ ନିଷ୍ପତ୍ତି ନେବା ସହିତ ଗ୍ରାମର ୱାର୍ଡସଭ୍ୟ ପାଇଁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ଗ୍ରାମବାସୀ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲେ। ହେଲେ କୌଣସି ରାଜନୈତିକ କିମ୍ବା ପ୍ରଶାସନିକସ୍ତରରେ ପଦକ୍ଷେପ ନିଆ ନ ଯିବା ଫଳରେ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଶାଳିଜଙ୍ଗାଠାରୁ ଏହି ଗ୍ରାମକୁ ସଂଯୋଗ ରାସ୍ତା ନାହିଁ। ଏଥିଯୋଗୁ ଗ୍ରାମବାସୀ ୫ କିମି ବୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥାନ୍ତି । ରାସ୍ତା ସମସ୍ୟା ପାଇଁ ବର୍ଷ ତମାମ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆବଶ୍ୟକ ବେଳେ ଗ୍ରାମକୁ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ଆସିପାରୁନାହିଁ । ସୁକିନ୍ଦା ବିଧାୟକ ରାସ୍ତା ନିର୍ମାଣ ନିମନ୍ତେ ୬ମାସ ତଳେ ଶୁଭ ପକାଇ ଥିଲେ ହେଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳାରୁ ଅଦ୍ୟାବଧି ରାସ୍ତା ନିର୍ମାଣ ଆରମ୍ଭ ହୋଇ ପାରିନାହିଁ। ଗ୍ରାମରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ । ଗ୍ରାମରେ ଥିବା ବହୁ ପୁରାତନ କୂଅର ଦୂଷିତ ଜଳକୁ ଲୋକେ ପାନୀୟ ରୂପେ ବ୍ୟବହାର କରୁଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳର ନିକଟବର୍ତ୍ତୀ ବେଣାପାଟିଆ ଗ୍ରାମରେ ୪୦୦ ଭୋଟର ରହିଛନ୍ତି। ଶିଳ୍ପ ପାଇଁ ପ୍ରଦୂଷଣ ବଳୟରେ ରହିଥିବା ଗ୍ରାମବାସୀ କିଡ୍‌ନୀ, ଚର୍ମ, ପେଟ ରୋଗ ଓ ଯକ୍ଷ୍ମା ରୋଗରେ ପୀଡ଼ିତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ ହେଁ ସେମାନଙ୍କ ପାଖରେ କେବେ ପ୍ରଶାସନ କିମ୍ବା ରାଜନେତା ପହଁଞ୍ଚି ନାହାନ୍ତି । ସେହି କାରଣରୁ ଚଳିତ ପଞ୍ଚାୟତ ନିର୍ବାଚନରେ କେହି ଭୋଟ ଦେବେ ନାହିଁ ବୋଲି ଗାଁ ଖେଳ ପଡ଼ିଆଠାରେ ଗ୍ରାମବାସୀ ଏକତ୍ରିତ ହୋଇ ଘୋଷଣା କରିଛନ୍ତି ।
ବିଗତ ୩୦ ବର୍ଷ ହେଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଶାସନ ଚାଲିଛି। ହେଲେ ଏହି ୩୦ ବର୍ଷ ମଧ୍ୟରେ ଅଞ୍ଚଳର ଗରିବ ଲୋକଙ୍କ ସେତେଟା ଅର୍ଥନୈତିକ ପରିବର୍ତ୍ତନ ହୋଇ ନ ଥିଲେ ହେଁ କେତେଜଣ ମୁଷ୍ଟିମେୟ ଲୋକ କୋଟିପତି ହୋଇଛନ୍ତି। ନଗଡ଼ା ଭଳି ଚିତ୍ର ସାରା ବିଶ୍ୱରେ ବଦ୍‌ନାମ ଆଣିଛି। ଏବେ ବି ୩୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ସୁଦୃଢ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ସ୍ବାସ୍ଥ୍ୟକ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି। ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକେ ଧୂଳିଧୂଆଁ ଓ ଜଳବାହିତ ରୋଗରେ ଆକ୍ରାନ୍ତ ଅଛନ୍ତି। କିଡ୍‌ନୀ ରୋଗରେ ଲୋକ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଏଭଳି ଅନେକ ଉଦାହରଣ ରହିଛି, ଯାହାକି ଆସନ୍ତା ସାଧାରଣ ନିର୍ବାଚନକୁ ଓଲଟପାଲଟ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବେଣାପାଟିଆ ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ ହୋଇପାରେ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?