ବହୁତ ଖରାପ ନଜରରେ ଏହି ଅଭିନେତ୍ରୀଙ୍କୁ ସ୍ପର୍ଶ କରୁଥିଲେ ଲୋକେ, କ୍ୟାରିୟର ଆରମ୍ଭରୁ ବିରୋଧ କରିବା ନ ଥିଲା ସହଜ…

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଇଣ୍ଡଷ୍ଟ୍ରିରେ କରିଥିବା ସଂଘର୍ଷ ବିଷୟରେ ସମସ୍ତେ ଅବଗତ। ଭାରତୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କଥା ଉପରୁ ପରଦା ଉଠାଇଛନ୍ତି। କ୍ୟାରିୟର ଆରମ୍ଭରେ ସେ କିପରି ନିଜ ମା’ଙ୍କ ସହ ଶେଟ୍‌କୁ ଯାଉଥିଲେ ତାହା କହିଛନ୍ତି। ଏହା ପଛରେ ଏକ ବିଶେଷ କାରଣ ଥିଲା । ଜାଣନ୍ତୁ ସେ ସମ୍ପର୍କରେ…

ନିକଟରେ ମନିଶ ପାଲ୍‌ଙ୍କ ପୋଡ୍‌କାଷ୍ଟ ଚାଟ୍‌ ଶୋ’ରେ ଭାରତୀ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା କହିଥିଲେ। ଭାରତୀ କହିଛନ୍ତି, ଶୋ‘କୁ ସେ ତାଙ୍କ ମା’ଙ୍କୁ ସାଙ୍ଗରେ ନେଇ ଆସୁଥିଲେ। କାରଣ ଅନେକ ଥର ଲୋକମାନଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ସେ ବୁଝିପାରୁ ନ ଥିଲେ। ଏ ନେଇ ସେ ପ୍ରାୟ ପ୍ରତ୍ୟେକ ଶୋ’ରେ ତାଙ୍କ ମା’ଙ୍କୁ ସାଙ୍ଗରେ ନେଇ ଆସୁଥିଲେ ।
ଆଧୁନିକ ଜିନିଷ ବିଷୟରେ ମୁଁ ବହୁତ କମ ଜାଣିଥିଲି। କେହି କେହି ମୋ ଅଣ୍ଟା ଛୁଇଁଲେ, ମୁଁ ଜାଣି ନଥିଲି ଯେ ଏହା ଖରାପ ବୋଲି। ସେହି ସଂଯୋଜକମାନେ ଯେଉଁମାନେ ଟଙ୍କା ଦିଅନ୍ତି, ଅଣ୍ଟାରେ ହାତ ମାରନ୍ତି। ମୁଁ ଜାଣେ ଏହା ଏକ ଭଲ ଅନୁଭବ ନୁହେଁ, କିନ୍ତୁ ସେମାନେ ବୟସରେ ବଡ଼ ଖରାପ କିପରି ହୋଇପାରିବେ ଭାବି ଚୁପ ରୁହେ। ମୁଁ ଭାବେ ମୁଁ ଭୁଲ ସେ ଠିକ କହିଛନ୍ତି। ମୁଁ ସେତେବେଳେ ଜାଣି ନଥିଲି ଯେ ଏହି ଜିନିଷଗୁଡ଼ିକ ଖରାପ ।

ଭାରତୀ ଆହୁରି ମଧ୍ୟ କହିଛନ୍ତି, ଭଗବାନ ପ୍ରତ୍ୟେକ ମହିଳାଙ୍କୁ ଏକ ଶକ୍ତି ଦେଇଛନ୍ତି, ଯେଉଁଥିରେ ସେ ବୁଝିପାରିବେ ଯେ, ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ? ଯେତେବେଳେ କାହାର ଉଦ୍ଦେଶ୍ୟ ଠିକ ମନେ ହୁଏ ନାହିଁ, ମହିଳା ଜଣକ ଜାଣିପାରନ୍ତି । ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ ମୁଁ ଜଣେ ମୂର୍ଖ, ଯିଏ ଏସବୁକୁ ପ୍ରଥମେ ବୁଝୁ ନ ଥିଲେ। ପରେ କ୍ୟାରିୟର ଆରମ୍ଭରେ ବି କାହାକୁ ବିରୋଧ କରିବାର ସାହାସ ନ ଥିଲା। ହେଲେ ମୁଁ ବର୍ତ୍ତମାନ ନିଜକୁ କିପରି ସୁରକ୍ଷା ଦେବି ଜାଣିସାରିଛି।

Share