Posted inଫୁରସତ

ପଥର ତଳେ ଘର ନିର୍ମାଣ କରୁଥିଲେ ଲୋକେ, କାରଣ ଜାଣିଲେ…

ମାନବିକତାର ବିକାଶ ପରଠାରୁ ଲୋକମାନେ ନିଜ ଜାଗା ଜମି ଛାଡ଼ି ଅନ୍ୟ ଦେଶ ଖୋଜିବାକୁ ବାହାରିଲେ। ଗୋଟିଏ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ପାଇବା ପରେ ସେମାନେ ଖାଦ୍ୟ ଏବଂ ସମ୍ବଳ ଅଭାବର ସମ୍ମୁଖୀନ ହେବାରେ ଲାଗିଲେ। ଯେଉଁଥିପାଇଁ ସେମାନଙ୍କୁ ନୂତନ ସ୍ଥାନ ଖୋଜିବାକୁ ପଡ଼ିଲା। ଏଭଳି ପରିସ୍ଥିତିରେ ସେମାନେ ଅନ୍ୟମାନଙ୍କ ଜମିକୁ ଯାଇ ଲୁଟ୍‌ କରୁଥିଲେ। ସେମାନଙ୍କୁ ସେଠାରୁ ଘଉଡ଼ାଇବା ପରେ ସେମାନେ ସେହି ଜମିକୁ ନିଜର କରି ନେଉଥିଲେ। ଦୀର୍ଘ ଦିନ ଧରି ଗ୍ରୀସର ଏକ ଦ୍ୱୀପରେ ସେମିତି ଘଟଣା ଘଟି ଆସୁଥିଲା। କିନ୍ତୁ ଦ୍ୱୀପର ଲୋକମାନେ ନିଜକୁ ଲୁଚାଇବା ପାଇଁ ଏପରି ଉପାୟ ପାଞ୍ଚିଲେ ଯେମିତି କି କେହି ସେମାନଙ୍କୁ ଖୋଜି ପାରିବେ ନାହିଁ। ଦୀର୍ଘଦିନ ପର୍ଯ୍ୟନ୍ତ ଏପରି ଜୀବନ ଅତିବାହିତ କରୁଥିଲେ।

ଗ୍ରୀସର ଇକାରିଆ ଦ୍ୱୀପ। ଯାହା ଏଜି ସାଗରରେ ଅବସ୍ଥିତ। ଏହି ଦ୍ୱୀପରେ ଥିବା ଘର ଉପରେ ଡକାୟତି ଆକ୍ରମଣର ଦିନକୁ ଦିନ ବଢୁଥିଲା। ପ୍ରଥମ ଶତାବ୍ଦୀରୁ ଡକାୟତମାନେ ଏଠାକୁ ଆସି ସ୍ଥାନୀୟ ଲୋକଙ୍କ ସାମଗ୍ରୀ ଚୋରି କରି ହଇରାଣ କରୁଥିଲେ। ରୋମାନ ଏବଂ ବାୟଞ୍ଜାଟାଇନ୍‌ ସାମ୍ରାଜ୍ୟର ମଧ୍ୟ ଆକ୍ରମଣ ଜାରି ରହିଲା। ଯେତେବେଳେ ଏହି ଦ୍ୱୀପଟି ଅଟୋମନ ସାମ୍ରାଜ୍ୟ ଅଧୀନକୁ ଆସିଲା, ଏଠାରେ ଥିବା ଦେଶବାସୀ ସ୍ଥିର କଲେ ଯେ, ସେମାନେ ଡକାୟତି ସମସ୍ୟାରୁ ମୁକ୍ତି ପାଇବାକୁ ଚେଷ୍ଟା କରିବେ।

ତେଣୁ ଡକାୟତମାନ ଦାଉରୁ ରକ୍ଷା ପାଇବା ପାଇଁ ପଥର ତଳେ ଘର ନିର୍ମାଣ କରିଥିଲେ। ସେମାନେ ଯୋଦ୍ଧା ନ ଥିଲେ, ତେଣୁ ଡକାୟତମାନଙ୍କ ସହିତ ଯୁଦ୍ଧ କରିବା ସେମାନଙ୍କର ସାମର୍ଥ୍ୟରେ ନ ଥିଲା, କିନ୍ତୁ ସେମାନେ ଏକ ନୂତନ ବିକଳ୍ପ ବାହାର କରିଥିଲେ। ଏଠାରେ ଥିବା ସ୍ଥାନୀୟ ଲୋକମାନେ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରି ପାହାଡ଼ିଆ ଅଞ୍ଚଳକୁ ଗଲେ। ଅର୍ଥାତ୍‌ ଜଙ୍ଗଲ ଭିତରେ ସେମାନଙ୍କର ଘର ତିଆରି କଲେ। ଫଳରେ ଡକାୟତମାନେ ଏ ବିଷୟରେ ଜାଣିପାରିଲେ ନାହିଁ।

ଇକାରିଆ ଦ୍ୱୀପରେ ନିର୍ମିତ ଘରଗୁଡ଼ିକୁ ଆଣ୍ଟି ଡକାୟତି ଘର କୁହାଯାଏ। ଏଗୁଡ଼ିକ ବଡ଼ ପଥରର ତଳେ ତିଆରି କରାଯାଇଥିଲା। ଘରଗୁଡ଼ିକ ଦୂରରୁ କିମ୍ବା ପର୍ବତର ଶିଖରରୁ ଦେଖିବା ପ୍ରାୟ ଅସମ୍ଭବ ଥିଲା, ତଥାପି, ସେମାନେ ଉପକୂଳରେ ନିର୍ମିତ ଘର ପରି ଆରାମଦାୟକ ନ ଥିଲେ, କିନ୍ତୁ ସ୍ଥାନୀୟ ଲୋକ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ଘରଗୁଡ଼ିକୁ ବାଛିଥିଲେ। ଏଠାରେ ରହୁଥିବା ଲୋକମାନେ କେବଳ ରାତିରେ ପରସ୍ପରକୁ ଭେଟୁଥିଲେ ଏବଂ ରାତିରେ ନିଆଁ ଜଳାଉ ନ ଥିଲେ। କାରଣ କେହି ଯେମିତି ସେମାନଙ୍କୁ ଦୂରରୁ କେହି ଦେଖି ପାରିବେ ନାହିଁ ସେଥି ନିମନ୍ତେ ଏପରି କରୁଥିଲେ। ଏହା ବ୍ୟତୀତ ସେ କୁକୁରମାନଙ୍କୁ ମଧ୍ୟ ରଖି ନ ଥିଲେ। କାରଣ କୁକୁର ଭୁକିଲେ କେହି ଜାଣିଦେବେ ଏଠାରେ ଲୋକମାନେ ରହୁଛନ୍ତି ବୋଲି ତାହା ମଧ୍ୟ କରୁ ନ ଥିଲେ। ଲୋକମାନେ ପ୍ରାୟ ୩ ଦଶନ୍ଧି ଧରି ଏଠାରେ ରହୁଥିଲେ, ଯାହାକୁ ପାଇରେଟ ଏରା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ହୋଇନି ଛତ୍ରପୁର ପଞ୍ଚାୟତ ସମିତି ବୈଠକ, ବ୍ଲକ ଅଧ୍ୟକ୍ଷା ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପଞ୍ଚାୟତ ସମିତିର ବୈଠକ ତୁରନ୍ତ କରିବାକୁ ଗୁରୁବାର ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ ଗଞ୍ଜାମ ଜିଲାପାଳଙ୍କୁ ଭେଟି…

କାଦୁଅ ପଚପଚରେ ଖୋଲା ଜିମ୍‌ କେନ୍ଦ୍ର ନିର୍ମାଣ, ବିନା ସୂଚନାଫଳକକୁ ନେଇ ତାତିଲେ ଗ୍ରାମବାସୀ

କେସିଙ୍ଗା,୩୦ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ତୁର୍ଳାଖମାନ ଗ୍ରାମରେ ଲୋକଙ୍କ ସ୍ବାସ୍ଥ୍ୟ ସୁଦୃଢ଼ କରିବା ପାଇଁ ଲୋକ ସଭା ଏମ୍‌ପି ସୁଜିତ କୁମାର ଏକ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡଲ; ଗ୍ରୀନ କରିଡ଼ରରେ ୮୦ କିମି ଗଲେ, ଓଡ଼ିଶାରେ ପ୍ରଥମ

କୃଷ୍ଣପ୍ରସାଦ,୩୦।୭(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁରୁ ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଭୁଦତ୍ତ ଜେନାଙ୍କ ପାଇଁ ସାଇକେଲ ସାଜିଲା…

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri