Categories: ଜାତୀୟ

ଲଭ୍‌ ଜିହାଦ ରାଲିରେ ଉତ୍ତେଜନା, ଲାଠିରେ ପିଟିଲେ ପୋଲିସ…

ଅହମଦାବାଦ, ୩।୯ : ଗୁଜରାଟର ବନାସକାଣ୍ଠାରେ ଲଭ୍‌ ଜିହାଦ ବିରୋଧରେ ଶନିବାର ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିରେ ଏକ ବିରାଟ ଜନସମାଗମ ହେବା ପରେ ଏକ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,

ରାଜ୍ୟରେ ଶାସକ ଦଳର ବିଧାୟକ ଶଶିକାନ୍ତ ପାଣ୍ଡ୍ୟା ଲଭ୍‌ ଜିହାଦ ବିରୋଧରେ ଏକ ରାଲିର ଆୟୋଜନ କରିଥିଲେ। ତାଙ୍କର ଦାବି ଥିଲା ଲଭ୍‌ ଜିହାଦ ବିରୋଧରେ କଠୋର ନିୟମ ପ୍ରଣୟନ କରାଯାଉ। ଏହି ସମାବେଶରେ ଅନ୍ୟ କେତେକ ହିନ୍ଦୁ ସଂଗଠନ ମଧ୍ୟ ଯୋଗ ଦେଇଥିଲେ। ଏହି ସମାବେଶରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ରାଲି ହିରା ବଜାରରେ ପହଞ୍ଚିବା ପରେ ଲୋକମାନେ ଅନିୟନ୍ତ୍ରିତ ହୋଇ ଏକ ଉତ୍ତେଜନା ସୃଷ୍ଟି କରିଥିଲେ, ଯେଉଁଥିପାଇଁ ପୋଲିସ ଲାଠିରେ ଗୋଡ଼ାଇ ଗୋଡ଼ାଇ ପ୍ରଦର୍ଶନକାରୀଙ୍କୁ ପିଟିଥିଲେ।

Share