ଜିଲାପାଳଙ୍କ ଅଫିସ ଅଭିମୁଖେ ଲୋକେ

ବନ୍ତ,୧୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବିକାଶ ପରିଷଦ ପକ୍ଷରୁ ଏକ ପଦଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି। ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଯୁକ୍ତି ଓ ୨୪ ଘଣ୍ଟିଆ ରୋଗୀ ସେବା ଆଦି ୧୦ ଦଫା ଦାବୀ ନେଇ ଏହି ବିକ୍ଷୋଭ ହୋଇଥିବା ଜଣାପଡ଼ିଛି। ପଦଯାତ୍ରା ବନ୍ତ ମେଡିକାଲ ଛକରୁ ବାହାରି ଜିଲାପାଳ ଅଫିସ ଅଭିମୁଖେ ବାହାରିଛିି। ଯୁବନେତା ଲାଲା ସ୍ବାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବହୁ ଲୋକେ ସାମିଲ ହୋଇଛନ୍ତି।