Posted inଫୁରସତ

ସାମ୍ନାକୁ ଆସିଲା ରାସ୍ତାରେ ଫୁଲ ବିକୁଥିବା ଏହି ଯୁବତୀଙ୍କ ଅସଲି ଫଟୋ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ଯୁବତୀ ଚର୍ଚ୍ଚାରେ ରହିଥିଲେ। ପ୍ରଥମେ ସେ ରାସ୍ତାକଡ଼ରେ ଫୁଲ ବିକ୍ରି କରୁଥିବା ବେଳର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା। ଏଜଣେ କ୍ୟାମେରାମ୍ୟାନ ଯୁବତୀଙ୍କ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଏହା ପରେ ଲୋକମାନେ ଯୁବତୀ ସତକୁ ସତ ଫୁଲ ବିକନ୍ତି ବୋଲି ଅନେକଙ୍କ ଧାରଣା ହୋଇଥିଲା। ଏବେ ଏହି ଯୁବତୀଙ୍କ ଅସଲ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି। ଫୁଲ ବିକୁଥିବା ଯୁବତୀ ଶ୍ୟାମଳ ରଙ୍ଗର ଥିବା ବେଳେ ଏହି ଯୁବତୀ ଗୋରା ଥିବା ଦେଖାଯାଉଛି।
ଫଟୋ ଦେଖିବା ପରେ ଯଦି ଆପଣଙ୍କ ମନରେ ବି ସମାନ ପ୍ରଶ୍ନ ମଧ୍ୟ ଉଠିଛି, ତେବେ ସତ୍ୟ କିଛି ଏଭଳି। ଇନଷ୍ଟାଗ୍ରାମରେ ଅନଶା ମୋହନ ନାମକ ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟ ଫଟୋରେ ଥିବା ଯୁବତୀ ଏବଂ ଫୁଲ ବିକ୍ରି କରୁଥିବା ଯୁବତୀ ସମାନ। ଅନଶା ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର। ସେ କିଛି ଦିନ ତଳେ ରାସ୍ତାରେ ଫୁଲ ବିକ୍ରି କରୁଥିବାର ଫଟୋଶୁଟ୍‌ କରାଇଥିଲେ। ଅଗଷ୍ଟ ମାସରେ ସେ ଏହାକୁ କରିଥିବା ବେଳେ ତାଙ୍କର ଫଟୋଗୁଡ଼ିକ ବେଶ ଭାଇରାଲ ହୋଇଆସୁଛି।

ଦେଖନ୍ତୁ ଫଟୋଶୁଟ୍‌ର ଭିଡିଓ:

ଅନ୍‌ଶା ନିଜ ଦେହର ରଙ୍ଗକୁ କଳା କରି ଫୁଲ ବିକ୍ରି କରୁଥିବା ଫଟୋଶୁଟ୍‌ କରାଇଥିଲେ। ହେଲେ ସେ ବାସ୍ତବରେ ଦେଖିବାକୁ ଗୋରା, ବେଶ ସୁନ୍ଦର। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ କାହିଁରେ କେତେ। ୩ଲକ୍ଷରୁ ଅଧିକ ଫଲୋଅର୍‌ ଏବେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଅଛନ୍ତି। ପ୍ରତିଟି ଭିଡିଓରେ ତାଙ୍କର ଲକ୍ଷେରୁ ଅଧିକ ଭ୍ୟୁ ରହିଛି। ସେହିଭଳି ଫଟୋରେ ହଜାର ହଜାର ଲାଇକ୍ସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri