ପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେ

ନୂଆଗଁା, ୮ା୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗଁା ବ୍ଲକ ସରକାରୀ କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ଶିକ୍ଷୟିତ୍ରୀ ପିଲାଙ୍କ ପଢ଼ା ବହି ବିକ୍ରି କରୁଥିଲେ। ବେପାରୀ ବହି ବସ୍ତା ଗେଟ୍‌ ବାହାରକୁ ଆଣି ଗାଡ଼ିରେ ଲଦିବା ସମୟରେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ବେପାରୀକୁ ଅଟକାଇ ନୂଆଗଁା ଅତିରିକ୍ତ ଶିକ୍ଷାଧିକାର ଓ ସିଆରସିସିଙ୍କୁ ଡ଼ାକି ଦେଖାଇ ଥିଲେ। ଶେଷରେ ବହି ବିକ୍ରି ନ ହୋଇ ପୁଣି ସ୍କୁଲକୁ ନିଆଯାଇଥିଲା।
ନୟାଗଡ ଜିଲାର ବିଭିନ୍ନ ସ୍କୁଲରେ ବହି ବିକ୍ରି ଘଟଣା ଥମିବାର ନଁା ଧରୁନି। ବହି ବିକ୍ରି ଘଟଣାରେ ବହି କିଣୁଥିବା ବ୍ୟକ୍ତି ଓ ବହି ବିକ୍ରି କରୁଥିବା ଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆ ଯାଉଥିଲେ ମଧ୍ୟ ବହି ବିକ୍ରି ଘଟଣା ବନ୍ଦ ହେଉନି। ବେପାରୀମାନଙ୍କୁ ଡାକି ନିର୍ଭୟରେ ସ୍କୁଲରୁ ପିଲାଙ୍କ ପଢ଼ା ବହି ବିକ୍ରି କରାଯାଉଛି। ଏପରି ଅଭିଯୋଗ ଆସିଛି ନୂଆଗାଁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା କାଚପଲ୍ଲୀ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ। ପୂର୍ବାହ୍ନ ୧୧ଟାରେ ପିଲାଙ୍କୁ ପାଠ ପଢ଼ାଇବା ଛାଡ଼ି ଆଲମାରିରୁ ବହି ସବୁ ବାହାର କରି ଶିକ୍ଷୟିତ୍ରୀ ବେପାରୀଙ୍କୁ ଦେବାରୁ ସେ ଓଜନ କରି ବସ୍ତାରେ ଭର୍ତ୍ତି କରିବା ପରେ ଗାଡ଼ିରେ ଲୋଡ କରିବାକୁ ଆଣିବା ବେଳେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ହାବୁଡ଼ରେ ପଡ଼ଇଥିଲେ। ଏ ସମସ୍ତ ଘଟଣା ମୋବାଇଲରେ କଏଦ୍‌ ହୋଇଛି। ବେପାରୀ ଜଣକ କେଜି ପ୍ରତି ୧୨ଟଙ୍କା ହିସାବରେ ମୋଟ ୫୦ କେଜି ବହି କିଣିଥିବା କହିଛନ୍ତି। ବସ୍ତା ଖୋଲି ଦେଖିବାରେ ସେଥିରେ ପ୍ରାୟ ୫୦ ଖଣ୍ଡ ନୂଆ ବହି ସହ କିଛି ଅଫିସ କାଗଜ ପତ୍ର, ପ୍ରଶ୍ନପତ୍ର ରହିଥିବା ଦେଖିବାକୁ ମିଳିଛି। ସେସବୁ ଅଦରକାରୀ ବହି ବହୁ ଦିନରୁ ପଡ଼ି ରହିଥିବାରୁ ବିକ୍ରି କରି ଦେଲୁ ବୋଲି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି। ଏ ସମ୍ପର୍କରେ ନୂଆଗଁା ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀଙ୍କୁ ଜଣାଇବାରେ ସେ ଘଟଣାସ୍ଥଳକୁ ଆସି ବିକ୍ରି ହୋଇଥିବା ବହି ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବିକ୍ରି ପାଇଁ ରେଜୁଲେଶନ ହୋଇଥିବା କଥା ପ୍ରଧାନଶିକ୍ଷୟିତ୍ରୀ ଏବିଇଓ ସେଠୀଙ୍କୁ କହିଥିଲେ। ହେଲେ ରେଜୁଲେଶନରେ ବହି ବିକ୍ରି ବାବଦରେ କିଛି ଲେଖା ଯାଇ ନ ଥିବା ଜଣାପଡ଼ିଥିଲା। ଉପସ୍ଥାନ ଅନୁସାରେ ଛାତ୍ରୀଛାତ୍ରମାନଙ୍କ ପାଇଁ ବହି ଆସୁଥିବା ବେଳେ ବହି କେମିତି ବଳକା ରହୁଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଖବରପାଇ ସିଆରସିସି କୌଳାସ ଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ। ତେବେ ଏବିଇଓ ସେଠୀଙ୍କ ନିର୍ଦ୍ଦେଶ ଅନୁସାରେ ବିକ୍ରି ହୋଇଥିବା ସମସ୍ତ ବହି ସ୍କୁଲରେ ରଖାଯାଇଛି। ସମ୍ପକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?