Posted inଜାତୀୟ

ପ୍ରେମିକାଙ୍କୁ ଦୁର୍ବବ୍ୟହାର କରିବାକୁ ନେଇ ଏଭଳି ଚରମ ପଦକ୍ଷେପ ନେଲେ ବଡ଼ଭାଇ: ମାଟି ଉପରକୁ ହାତ ବାହାରିବା ପରେ ଫିଟିଲା ଗୁମର

ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦୁର୍ବ୍ୟବହାର କରିବାକୁ ନେଇ ବଡ଼ଭାଇ ସାନଭାଇଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି। ଟେଲିଭିଜନରୁ କ୍ରାଇମ୍‌ ଶୋ’ ଦେଖି ସେ ହତ୍ୟାକାଣ୍ଡର ଯୋଜନା କରିଥିଲେ। ପରେ ସେ ଭାଇଙ୍କୁ ହତ୍ୟାକରି ମାଟି ଖୋଳି ପୋତି ଦେଇଥିଲେ। ଘଟଣା ବିଷୟରେ ପୋଲିସ ଜାଣିବା ପରେ ଚକିତ ହୋଇଯାଇଛି। ୧୨ ଦିନ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରୁ ଏବେ ପରଦା ଉଠିଛି।

ଦୁର୍ଗାପୁରରେ ରହୁଥିବା ରାମଟେକେଙ୍କ ଘର ପାଖରେ ଥିବା ଏକ ପରିତ୍ୟକ୍ତ ଚାଳଘରୁ ପ୍ରଥମେ ଦୁର୍ଗନ୍ଧ ଆସିଥିଲା। ସେଠାରେ ପହଞ୍ଚିବା ପରେ ଲୋକମାନେ ମାଟିରୁ ହାତ ବାହାରିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ଏହା ଜଣାପଡ଼ିବା ପରେ ପୋଲିସ ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ସ୍ଥାନକୁ ଖୋଳିଥିଲା। ସେଠାରୁ ନିଖୋଜ ଅନିକେତଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଯାଞ୍ଚ କରିବା ସମୟରେ ଅନିକେତଙ୍କ ବଡ଼ ଭାଇ ଅଙ୍କିତ ଫେରାର ଥିବା ଜାଣିବାକୁ ପାଇଥିଲା। ପୋଲିସ ସନ୍ଦେହ କରି ପରିବାରଲୋକଙ୍କୁ ପଚରାଉଚରା କରିଥିଲା। ସେଠାରେ ଅନିକେତ ଗାଁରୁ ବାହାରକୁ ଯାଇଥିବା ନେଇ ଅଙ୍କିତ ମା’ଙ୍କୁ କହିଥିବା ଜଣାପଡ଼ିଥିଲା। ପୋଲିସ ଧରପଗଡ଼ କରି ଅଙ୍କିତଙ୍କୁ ଅଟକ ରଖିଥିଲା। ପରେ ପଚରାଉଚରା କରାଯିବା ପରେ ସେ ଧାରାବାହିକ ଦେଖି ଭାଇଙ୍କ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବିକାର କରିଥିଲେ। ପ୍ରେମିକାଙ୍କୁ ଖରାପ ବ୍ୟବହାର କରିଥିବାରୁ ସେ ଏଭଳି କାଣ୍ଡ ଭିଆଇଥିବା କହିଥିଲେ।

ପ୍ରଥମେ ସେ ପରିତ୍ୟକ୍ତ କୁଡ଼ିଆକୁ ତାଙ୍କୁ ଡାକି ମଦ ପିଆଇଥିଲେ। ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ତାଙ୍କ ଆସବାବପତ୍ର ପୋତି ଦେଇଥିଲେ। ମୃତଦେହ ଶିଘ୍ର ସଢ଼ିଯିବା ପାଇଁ ୟୁରିଆ ଦେବା ସହ କୁକୁରକୁ ମାରି ସେଠାରେ ପକାଇ ଦେଇଥିଲେ। ହେଲେ ଉକ୍ତ ଗ୍ରାମରେ ବର୍ଷା ଲାଗି ରହିବା ଫଳରେ ମାଟି ଧୋଇଯାଇ ମୃତଦେହର ହାତ ବାହାରକୁ ଦେଖାଯାଇଥିଲା। ପରେ ଘଟଣା ଲୋକଲୋଚନକୁ ଆସିଯାଇଥିଲା। ଏବେ ପୋଲିସ ଅଭିଯୁକ୍ତ ଅଙ୍କିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟଇଣ୍ଡିଜ୍‌ର ବୃହତ ବିଜୟ

ମୁମ୍ବାଇ,୨୩ା୨: ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଓ ପରେ ଗୁଦାକେଶ ମୋତିଙ୍କ ଜବରଦସ୍ତ ବୋଲିଂ ବଳରେ ଏଠାରେ ସୋମବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର…

ଝାଡ଼ଖଣ୍ଡରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଯାଉଥିଲେ ୭ଜଣ

ରାଞ୍ଚି,୨୩।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ବିର୍ସାମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରୁଥିବା ଏକ ଏୟାର ଆମ୍ବୁଲାନ୍ସ ବିମାନ ସୋମବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ଭରିବାର କିଛି ସମୟ…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

କୋକସରା-ଚିଲିଗୁଡା ରାସ୍ତାରେ ଟ୍ରକ୍‌ ପିଟିଲା ବାଇକ୍‌କୁ

କୋକସରା,୨୩।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥରେ କୋକସରା-ଚିଲିଗୁଡା ରାସ୍ତାରେ ସାମବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ପାଇପ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ…

ହେଟମେୟର, ପାଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ: ଜିମ୍ବାଓ୍ବେ ଆଗରେ ୨୫୫ ରନ୍‌ର ବିଶାଳ ଟାର୍ଗେଟ୍‌

ମୁମ୍ବାଇ,୨୩ା୨- ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଶିମରନ ହେଟମେୟର ଓ ରବମାନ ପାଓ୍ବେଲଙ୍କ ବିସ୍ଫୋରକ…

ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ଶୁଭ୍ରାଙ୍କ ପଦ ରଦ୍ଦ ମାମଲାରେ କାଉନସିଲରଙ୍କ ବିଜୟ: ଶ୍ରମିତା

ରାୟଗଡ଼ା,୨୩।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ହୋଇ ବାଲଟ ବାକ୍ସରେ କଏଦ…

ଆମ୍ବୁଲାନ୍ସ ନେଲା ଆରଏମ୍‌ସି କର୍ମଚାରୀଙ୍କ ଜୀବନ

ବିଷମକଟକ/ଗୁଣପୁର ୨୩।୨(ପ୍ରସନ୍ନ କୁମାର ପଣ୍ଡା/ ସଂକେତ ପାତ୍ର): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁମାର ଢାମୁଣୀ ନିକଟରେ ସୋମବାର ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଆରଏମ୍‌ସି କର୍ମଚାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri