ରିଲ୍‌ ହେଉ କି ରିୟଲ ଐଶ୍‌ଙ୍କୁ ଆଜି ବି କପି କରନ୍ତି ଲୋକେ, ଜାଣନ୍ତୁ କାହିଁକି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯାହା ବି ପିନ୍ଧନ୍ତି ଖୁବ୍‌ ସୁନ୍ଦର ଦେଖାଯା’ନ୍ତି। ସବୁଠୁ ଆକର୍ଷଣୀୟା ଦେଖାଯାଉଥିଲେ ତାଙ୍କ ବିବାହ ସମୟରେ। ଏପରିକି ଏହି ସମୟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ରିଲ୍‌ରେ ହେଉ କି ରିୟଲରେ ସେ ଯାହା ବି ପିନ୍ଧନ୍ତି ତାଙ୍କ ଉପରୁ ଲୋକଙ୍କ ନଜର ହଟେନାହିଁ। ତାଙ୍କର ଆଇକନିକ୍‌ ଲୁକ୍‌ ଏବଂ ଡ୍ରପ୍‌ଡାଉନ୍‌ ଲୁକ୍‌କୁ ଲୋକେ ଆଜି ବି ଅନୁକରଣ କରୁଛନ୍ତି। ଐଶ୍‌ ଏବେ ଫିଲ୍ମଠାରୁ ଦୂରେଇ ରହିଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କ ସଂଖ୍ୟା କମିନାହିଁ। ଅନ୍ତର୍ଜାତୀୟ ରେଡ୍‌ କାର୍ପେଟଠାରୁ ଆରମ୍ଭ କରି ପୁରସ୍କାର ମହୋତ୍ସବ ପର୍ଯ୍ୟନ୍ତ ସବୁଠି ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରିଥାନ୍ତି। ବିଶେଷକରି ତାଙ୍କ ଷ୍ଟାଇଲିଶ ପୋଷାକ ପ୍ରତି ସମସ୍ତଙ୍କ ନଜର।


୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କ ସହ ଐଶ୍‌ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ସମୟରେ ତାଙ୍କର ଆଉଟ୍‌ଫିଟ୍‌ ଆଜି ବି ଚର୍ଚ୍ଚାରେ। ୧୩ ବର୍ଷ ତଳେ ଐଶ୍ୱର୍ଯ୍ୟାଙ୍କ ମେହନ୍ଦୀ ଉତ୍ସବ ପାଳନ ହୋଇଥିଲା। ଏହି ସମୟରେ ସେ ପିଙ୍କ୍‌ କଲରର ଏକ ଲେହେଙ୍ଗା ପିନ୍ଧିଥିଲେ। ଯାହାକୁ ନୀତା ଲୁଲା ଡିଜାଇନ୍‌ କରିଥିଲେ। ଡିପ୍‌ ବ୍ଲାଉଜ ସ୍ଥାନରେ ଐଶ୍ୱର୍ଯ୍ୟା ସିମ୍ପଲ ସ୍ଲିପ୍‌ସ ବ୍ଲାଉଜ ପିନ୍ଧିଥିଲେ। ଏଥିରେ ବି ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଥିଲେ।

ସେହିପରି ସୁନା ଏବଂ ଡାଏମଣ୍ଡର ଅଳଙ୍କାର ପରିବର୍ତ୍ତେ ଫ୍ଲୋରାଲର ଗହଣା ପିନ୍ଧିଥିଲେ। ଯାହାର ଆଜି ବି ଡିମାଣ୍ଡ ରହିଛି। ବେକରେ ଏକ ଲମ୍ବା ହାର, କାନରେ ଝୁମୁକା, ହାତରେ ବାଜୁ ଏବଂ ମଥାମଣି ପିନ୍ଧିଥିଲେ। ଐଶ୍‌ଙ୍କ ଏହି ଲୁକ୍‌ ଆଜି ପର୍ଯ୍ୟନ୍ତ କାହା ମନରୁ ଲିଭିନାହିଁ।


ବିବାହ ପରେ ପରିବାର ସହ ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧି ତିରୁପତି ବାଲାଜୀ ପୂଜା କରିବାକୁ ଯାଇଥିଲେ ଐଶ୍‌। ଏହି ଶାଢ଼ିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଏକ ଲାଲ୍‌ ରଙ୍ଗର କାଞ୍ଜିବରମ ଶାଢ଼ି ସେ ପିନ୍ଧିଥିଲେ। ଐଶ୍ୱର୍ଯ୍ୟାଙ୍କ ଏହି ଲୁକ୍‌କୁ ଅନ୍ୟମାନେ ଆଜି ବି କପି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri