Categories: ଫୁରସତ

ରାସ୍ତାରେ ଏମିତି ଜୀବ ଦେଖି ଫଟୋ ଉଠାଇବାକୁ ଲାଗିଲେ ଲୋକେ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ବହୁତଗୁଡିଏ ଓଧକୁ ଦେଖିବାକୁ ମିଳୁଛି। ଯାହାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ପରେ ସେମାନଙ୍କ ଫଟୋ ଉଠାଯାଉଥିବା ଦେଖି ଜଣଙ୍କ ପରେ ଜଣେ ପାଣିରେ ବୁଡ଼ୁଛନ୍ତି। ଛୁଆ ଓଧଙ୍କୁ ପହଁରା ଶିକ୍ଷାଦେବା ପାଇଁ ମା’ ଓଧ ତାଙ୍କୁ ଆଣିଥିବା ଜାଣିବାକୁ ମିଳୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share