ଭୋକ ମେଣ୍ଟାଇବାକୁ ଖାଉଛନ୍ତି ଆମ୍ବଟାକୁଆ, ଅସୁସ୍ଥ ହେଲେ ୨ ଟଙ୍କା ପାରାସିଟାମଲ କିଣିବାକୁ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ଦୁର୍ଗମ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୩ା୧୧ଅରୁଣ ସାହୁ): ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଏବଂ ୬ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ମାଣ୍ଡିପଙ୍କାକୁ ନେତା, ଅଫିସରଙ୍କ ସୁଅ ଛୁଟିଛି। ଶନିବାର ଜି.ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମାଣ୍ଡିପଙ୍କା ଗସ୍ତ କରି ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ସେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଲୋକଙ୍କୁ କୌଣସି ସଉକ ନାହିଁ ଆମ୍ବଟାକୁଆ ଖାଇବାକୁ , ଭୋକ ମେଣ୍ଟାଇବାକୁ ସେମାନେ ଆମ୍ବଟାକୁଆ ଖାଉଛନ୍ତି। ସମସ୍ତ ପଞ୍ଚାୟତରେ ସଠିକ୍‌ ସମୟରେ ଚାଉଳ ବଣ୍ଟନ କରାଯାଉନାହିଁ କାହିଁକି ଏଭଳି ଅବହେଳା କରାଯାଉଛି। ସେ ଜିଲାପାଳଙ୍କ ସହ କଥା ହେବେ ବୋଲି କହିବା ସହ ଯୋଗାଣ ବିଭାଗକୁ ସେ ଏଥିପାଇଁ ଦାୟୀ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏଠାକାର ଲୋକେ ୨ ଟଙ୍କାର ପାରାସିଟାମଲ କିଣିବାକୁ ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ହାତପାହାନ୍ତାରେ କୌଣସି ସୁବିଧା ନ ଥିବାରୁ ଲୋକଙ୍କୁ ଦୂରକୁ ଯାଇ ଔଷଧପତ୍ର କିଣିବାକୁ ପଡୁଛି। ଏଥିପ୍ରତି ମଧ୍ୟ ସରକାର ଧ୍ୟାନ ଦେବା ଉଚିତ ବୋଲି ବିଧାୟକ କହିଛନ୍ତି।

ସେହିପରି ବ୍ରାହ୍ମଣୀଗାଁର ୮ଟି ପଞ୍ଚାୟତ ଅତି ଦୁର୍ଗମ ଅଞ୍ଚଳରେ ରହିଛି ଏହାର ବିକାଶ ପାଇଁ ବ୍ରାହ୍ମଣୀଗାଁକୁ ସରକାର ବ୍ଲକ ଘୋଷଣା କରନ୍ତୁ ବୋଲି ତାଙ୍କ ଦାବି ଦୋହରାଇଛନ୍ତି। ସେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri