ପାନୀୟ ଜଳ ପାଇଁ ଡହଳବିକଳ ଲୋକେ

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ କେଉଁଠାରେ ଓଭରହେଡ୍‌ ଟାଙ୍କି କାମରେ ଆସୁନି। ସରକାରୀ ତହବିଲରୁ ଏହି ଲୋକମାନଙ୍କ ପାଇଁ ବିଭାଗ ୫୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସହରର ୪୦ ହଜାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଦେବାକୁ ନେତା, ମନ୍ତ୍ରୀମାନେ ଭାଷଣବାଜି କରି ଭୋଟ ନେଇଥିଲେ। ହେଲେ ଏବେ କେହି ଶୁଣୁନାହାନ୍ତି। ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଥାଇ ବି ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ସହରାଞ୍ଚଳବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ୫୪ କୋଟି ବ୍ୟୟ ବରାଦରେ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ଅଳଭାଠାରେ ବୃହତ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ପାଣି ବିଶୋଧନ ପ୍ଲାଣ୍ଟ କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୯ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିଲେ। ତେବେ ୪ବର୍ଷ ବିତିଯାଇଥିବା ବେଳେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ବି ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିନାହିଁ କି ସମସ୍ତଙ୍କ ନିକଟରେ ପିଇବା ପାଣି ପହଞ୍ଚତ୍ ପାରିନାହିଁ। ନିର୍ମିତ ପାନୀୟ ଜଳ ପ୍ରକଳ୍ପର ବିଶୁଦ୍ଧ ପାଣି ରଖିବାକୁ ଅଳଭା, ଦକ୍ଷଣଦିଆ, ବକ୍ତାରପୁର, ବାଲିପଡ଼ା ଓ ଚୂନଢିଅଠାରେ ୪ଟି ଓଭର ହେଡ ଟାଙ୍କି ମଧ୍ୟ କରାଯାଇଛି। ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ଲାଇନ ମଧ୍ୟ ବିଛା ଯାଇଛି। ସବୁ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପାଇପବିଛା ଯାଇଥିଲେ ମଧ୍ୟ ଲୋକେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକେ ଲମ୍ବା ଲାଇନ ଲଗାଇ ପୌର ପରିଷଦ ପାଣି ଗାଡ଼ିରୁ ପିଇବା ପାଣି ସଂଗ୍ରହ କରି ରଖୁଛନ୍ତି। ଅନ୍ୟପକ୍ଷରେ ବିଛା ଯାଇଥିବା ପାଇପ୍‌ ଠିକ୍‌ ଢଙ୍ଗରେ ହୋଇ ନ ଥିବାରୁ ଅଧିକାଂଶ ସମୟରେ ଏହା ଫାଟି ଯାଉଛି। ବହୁ ସ୍ଥାନରେ ଲୁହା ପାଇପ ପରିବର୍ତ୍ତେ ପିଭିସି ପାଇପ ଲଗାଯାଇଛି। ଫଳରେ ପିଭିସି ପାଇପ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ବୃହତ ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହୁଛି। ବାରମ୍ବାର ପାଇପଗୁଡ଼ିକ ଫାଟୁଥିବାରୁ ମାଟି ଓ କାଦୁଅ ପାଇପ ମଧ୍ୟରେ ପ୍ରବେଶ କରୁଛି। ଯାହାଦ୍ୱାରା ଟ୍ୟାପଗୁଡ଼ିକରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଛି। ବାସ୍ତବରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟରେ ପାଣିକୁ ବିଶୋଧନ ଓ ପାଣିର ମାନ ପରୀକ୍ଷା କରା ନ ଯାଇ ପାଇପରେ ଛଡ଼ା ଯାଉଥିବାରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଦୁର୍ଗନ୍ଧ ଯୁକ୍ତ ପାଣି ପାନୀୟ ଉପଯୋଗୀ ହୋଇ ନ ଥିବାବେଳେ ବିଭିନ୍ନ ସଂକ୍ରାମକ ରୋଗର ମାଧ୍ୟମ ହେଉଛି। ବିଶୋଧନ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପାଣିକୁ ବିଶୋଧନ କରୁ ନ ଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ସହରାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଅଳଭାଠାରେ ସ୍ଥାପନ କରାଯାଇଥିବା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ସହ ସହରାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, ସଞ୍ଜୟ ପଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ଚରଣ ସାହୁଙ୍କୁ ପଚାରିବାରେ ବହୁ ବର୍ଷ ପୂର୍ବରୁ ପିଭିସି ପାଇପ ପଡ଼ିଥିବାରୁ ସେଗୁଡ଼ିକ ଦବି ଯାଇଛି। ଯାହା ପାଇଁ ପାଣି ଠିକ ଭାବେ ପହଞ୍ଚତ୍ ପାରୁନାହଁି। ଅଟକଳ ହୋଇ ଯାଇଛି ଆଗକୁ ନବକଳେବର ହେବାପରେ ସବୁ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ବୀମାଭୁକ୍ତ ହେବେ ଧନୁଯାତ୍ରା ଦର୍ଶକ, ଦୁର୍ଘଟଣାରେ କଳାକାରଙ୍କ ମୃତ୍ୟୁ ହେଲେ ମିଳିବ…

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧର୍ମ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ ଯାଏ ଏହି ମହୋତ୍ସବ...

ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ...

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri