ପାନୀୟ ଜଳ ପାଇଁ ଡହଳବିକଳ ଲୋକେ

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ କେଉଁଠାରେ ଓଭରହେଡ୍‌ ଟାଙ୍କି କାମରେ ଆସୁନି। ସରକାରୀ ତହବିଲରୁ ଏହି ଲୋକମାନଙ୍କ ପାଇଁ ବିଭାଗ ୫୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ସହରର ୪୦ ହଜାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଦେବାକୁ ନେତା, ମନ୍ତ୍ରୀମାନେ ଭାଷଣବାଜି କରି ଭୋଟ ନେଇଥିଲେ। ହେଲେ ଏବେ କେହି ଶୁଣୁନାହାନ୍ତି। ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଥାଇ ବି ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି।
ପଟ୍ଟାମୁଣ୍ଡାଇ ସହରାଞ୍ଚଳବାସୀଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ୫୪ କୋଟି ବ୍ୟୟ ବରାଦରେ ବ୍ରାହ୍ମଣୀ ନଦୀରୁ ଜଳ ଉତ୍ତୋଳନ କରି ଅଳଭାଠାରେ ବୃହତ ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ପାଣି ବିଶୋଧନ ପ୍ଲାଣ୍ଟ କରାଯାଇଛି। ୨୦୧୯ ସେପ୍ଟେମ୍ବର ୨୯ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ଲାଣ୍ଟକୁ ଉଦ୍‌ଘାଟନ କରିଥିଲେ। ତେବେ ୪ବର୍ଷ ବିତିଯାଇଥିବା ବେଳେ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ବି ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରିନାହିଁ କି ସମସ୍ତଙ୍କ ନିକଟରେ ପିଇବା ପାଣି ପହଞ୍ଚତ୍ ପାରିନାହିଁ। ନିର୍ମିତ ପାନୀୟ ଜଳ ପ୍ରକଳ୍ପର ବିଶୁଦ୍ଧ ପାଣି ରଖିବାକୁ ଅଳଭା, ଦକ୍ଷଣଦିଆ, ବକ୍ତାରପୁର, ବାଲିପଡ଼ା ଓ ଚୂନଢିଅଠାରେ ୪ଟି ଓଭର ହେଡ ଟାଙ୍କି ମଧ୍ୟ କରାଯାଇଛି। ପାନୀୟ ଜଳ ଯୋଗାଣ ପାଇଁ ପାଇପ୍‌ଲାଇନ ମଧ୍ୟ ବିଛା ଯାଇଛି। ସବୁ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପାଇପବିଛା ଯାଇଥିଲେ ମଧ୍ୟ ଲୋକେ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। କୋଟିକୋଟି ଟଙ୍କା ଖର୍ଚ୍ଚ ପରେ ବି ଲୋକେ ଲମ୍ବା ଲାଇନ ଲଗାଇ ପୌର ପରିଷଦ ପାଣି ଗାଡ଼ିରୁ ପିଇବା ପାଣି ସଂଗ୍ରହ କରି ରଖୁଛନ୍ତି। ଅନ୍ୟପକ୍ଷରେ ବିଛା ଯାଇଥିବା ପାଇପ୍‌ ଠିକ୍‌ ଢଙ୍ଗରେ ହୋଇ ନ ଥିବାରୁ ଅଧିକାଂଶ ସମୟରେ ଏହା ଫାଟି ଯାଉଛି। ବହୁ ସ୍ଥାନରେ ଲୁହା ପାଇପ ପରିବର୍ତ୍ତେ ପିଭିସି ପାଇପ ଲଗାଯାଇଛି। ଫଳରେ ପିଭିସି ପାଇପ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ବୃହତ ପାନୀୟ ଜଳ ପ୍ରକଳ୍ପ ବନ୍ଦ ରହୁଛି। ବାରମ୍ବାର ପାଇପଗୁଡ଼ିକ ଫାଟୁଥିବାରୁ ମାଟି ଓ କାଦୁଅ ପାଇପ ମଧ୍ୟରେ ପ୍ରବେଶ କରୁଛି। ଯାହାଦ୍ୱାରା ଟ୍ୟାପଗୁଡ଼ିକରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଛି। ବାସ୍ତବରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟରେ ପାଣିକୁ ବିଶୋଧନ ଓ ପାଣିର ମାନ ପରୀକ୍ଷା କରା ନ ଯାଇ ପାଇପରେ ଛଡ଼ା ଯାଉଥିବାରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁଥିବା ଗୁରୁତର ଅଭିଯୋଗ ହୋଇଛି। ଏହି ଦୁର୍ଗନ୍ଧ ଯୁକ୍ତ ପାଣି ପାନୀୟ ଉପଯୋଗୀ ହୋଇ ନ ଥିବାବେଳେ ବିଭିନ୍ନ ସଂକ୍ରାମକ ରୋଗର ମାଧ୍ୟମ ହେଉଛି। ବିଶୋଧନ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପାଣିକୁ ବିଶୋଧନ କରୁ ନ ଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଜନସାଧାରଣ ଅଭିଯୋଗ କରିଛନ୍ତି। ସହରାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଅଳଭାଠାରେ ସ୍ଥାପନ କରାଯାଇଥିବା ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବା ସହ ସହରାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ନଗର କଂଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନ, ଉପସଭାପତି ଅବିନାଶ ଲେଙ୍କା, ସଞ୍ଜୟ ପଣ୍ଡା ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ସୁଦାମ ଚରଣ ସାହୁଙ୍କୁ ପଚାରିବାରେ ବହୁ ବର୍ଷ ପୂର୍ବରୁ ପିଭିସି ପାଇପ ପଡ଼ିଥିବାରୁ ସେଗୁଡ଼ିକ ଦବି ଯାଇଛି। ଯାହା ପାଇଁ ପାଣି ଠିକ ଭାବେ ପହଞ୍ଚତ୍ ପାରୁନାହଁି। ଅଟକଳ ହୋଇ ଯାଇଛି ଆଗକୁ ନବକଳେବର ହେବାପରେ ସବୁ ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri