ଚୋରି କଲା ବେଳେ ଦେଖିଦେଲେ ଲୋକେ

ଠାକୁରମୁଣ୍ଡ, ୧୫।୧୦(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଶନିବାର ରାତିରେ ଜଣେ ଚୋରକୁ ଲୋକେ ବାନ୍ଧି ଦେଇଛନ୍ତି।
ଏକ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ସମୟରେ ଜଣେ ଚୋରକୁ ଲୋକେ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିବା ସହ ଏକ ବାଇକ୍‌କୁ ମଧ୍ୟ ଜବତ କରିଥିଲେ। ତେବେ ଘଟଣାସ୍ଥଳରୁ ଅନ୍ୟ କେତେଜଣ ଖସି ପଳାଇ ଯାଇଥିଲେ। ବନ୍ଧା ହୋଇଥିବା ଯୁବକ ଜଣକ ହେଲେ ଠାକୁରମୁଣ୍ଡା ଗ୍ରାମବନ୍ଧ ସାହିର ସୁଶୀଲ ପାତ୍ର। ସକାଳେ ଟ୍ରାକ୍ଟର ମାଲିକ ମହୁଲଡ଼ିହା ଥାନାକୁ ଖବର ଦେବା ପରେ ମହୁଲଡ଼ିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଶୀଲ, ଜବତ ବ୍ୟାଟେରୀ ଓ ବ୍ୟବହୃତ ଏକ ବାଇକକୁ ଥାନାକୁ ନେଇ ଥିବା ଜଣାଯାଇଛି।