Categories: ଫୁରସତ

ଆକାଶରେ ନଜର ଆସିଲା ନୀଳ ରଙ୍ଗର ୟୁଏଫ୍‌ଓ ! ଏଲିୟନ ଆସିଥିବା ଭାବି କ୍ୟାମେରାରେ କଏଦ କଲେ ଲୋକେ

ୱାଶିଂଟନ: ମହାକାଶରେ ଜୀବନ ତଥା ଏଲିୟନଙ୍କ ସତ୍ତାକୁ ନେଇ ଗବେଷଣା କରାଯାଉଛି। ଅନେକ ସମୟରେ ଏଲିୟନମାନେ ପୃଥିବୀକୁ ଆସୁଥିବାର ଚର୍ଚ୍ଚା ହୁଏ। ଏହା କେତେ ସତ କେତେ ମିଥ୍ୟା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାରମ୍ବାର ୟୁଏଫ୍‌ଓକୁ ଦେଖିବାକୁ ନେଇ ଲୋକେ ଦାବି କରି ଆସୁଛନ୍ତି। ଏଭଳି ଏକ ଘଟଣା ହାଓ୍ବାଇରେ ଦେଖିବାକୁ ମିଳିଛି। ଜାନୁଆରୀ ୫ ରେ ସେଠାକାର ଲୋକେ ପୁଣି ଥରେ ୟୁଏଫଓ ଦେଖିଥିବା ଦାବି କରିଛନ୍ତି।

ରାତି ପ୍ରାୟ ୮.୩୦ ସମୟରେ ଲୋକମାନେ ଆକାଶରେ ଏକ ନୀଳ ରଙ୍ଗର ଉଡ଼ୁଥିବା ବସ୍ତୁ ଦେଖିଥିଲେ। କିଛି ସମୟ ପରେ ତାହା ସମୁଦ୍ରରେ ପଡ଼ିଯାଇଥିଲା। ଅନେକ ଲୋକ ଏହି ଘଟଣାକୁ ନିଜ କ୍ୟାମେରାରେ ରେକର୍ଡ କରିଥିଲେ। ଏହା ୟୁଏଫଓ ଥିବା ଲୋକେ କହବା ସହ ଆଶ୍ଚର୍ଯ୍ୟ ହୋଇ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ।

ଆକାଶରେ ନୀଳ ଉଡ଼ୁଥିବା ବସ୍ତୁର ଦୃଶ୍ୟ ବିଷୟରେ ସ୍ଥାନୀୟ ଲୋକମାନେ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫ୍‌ଏଏ)କୁ ରିପୋର୍ଟ କରିଥିଲେ। ଏହି ରହସ୍ୟମୟ ବସ୍ତୁର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଭିଡିଓରେ, ଏକ ନୀଳ ରଙ୍ଗର ଉଡ଼ୁଥିବା ବସ୍ତୁ ଆକାଶର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଗତି କରୁଥିବା ଦେଖାଯାଉଛି।

ହାୱାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ ଏଫଏଏ ମୁଖପାତ୍ର ଆୟାନ ଗ୍ରେଗୋର କହିଛନ୍ତି ଯେ ସେ ପୋଲିସ ଷ୍ଟେଶନରୁ ଏହି ରିପୋର୍ଟ ଗ୍ରହଣ କରିଛନ୍ତି। ଏହା ଏକ ବିମାନ ହୋଇଥାଇପାରେ। ଅପରପକ୍ଷେ ଏଜେନ୍ସି ରାଡାରରୁ କୌଣସି ବିମାନ ନିଖୋଜ ହୋଇ ନ ଥିବା କହିଛି। ଏହାକୁ ନେଇ ଆକାଶରୁ ଖସି ଆସୁଥିବା ଏହି ବସ୍ତୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

Share