ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବେଶ୍‌ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ ସେଥିପାଇଁ ସମସ୍ତେ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟରେ ପ୍ରେମ ବିବାହ ଥାଏ। ସେମାନେ ଯାହାକୁ ଭଲପାଇଥାନ୍ତି, ତାଙ୍କୁ ବିବାହ କରିଥାନ୍ତି। ବୈବାହିକ ଜୀବନ ମଧ୍ୟ ସେମାନଙ୍କର ସୁଖମୟ ଥାଏ। କାରଣ ପ୍ରେମ ମାମଲାରେ ଏମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଆସନ୍ତୁ ଜାଣିବା:

ମେଷ ରାଶି:
ମେଷ ରାଶିର ସ୍ବାମୀ ଗ୍ରହ ମଙ୍ଗଳ। ଏମାନଙ୍କ ବ୍ୟକ୍ତିତ୍ୱ ଯୋଗୁ ଯେ କେହି ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଏମାନେ ପ୍ରାୟତଃ ପ୍ରେମ ବିବାହ କରିଥାନ୍ତି। ହେଲେ ଏମାନଙ୍କ ସ୍ବଭାବ ସ୍ବତନ୍ତ୍ର ଥାଏ। ଏଣୁ ବିବାହର ପ୍ରାରମ୍ଭିକ ଦିନ ଗୁଡ଼ିକରେ ପାର୍ଟନରଙ୍କ ସହ ଝଗଡ଼ା ହୋଇଥାଏ। ହେଲେ ପରେ ଧିରେ ଧିରେ ସବୁ ଠିକ୍‌ ହୋଇଯାଇଥାଏ।

ମକର ରାଶି: ମକର ରାଶିର ସ୍ବାମୀ ଶନି। ପ୍ରେମ ବିବାହ ମାମଲାରେ ସେମାନେ ବହୁତ ଭାଗ୍ୟଶାଳୀ। ଏମାନେ ପାର୍ଟନରଙ୍କ ପ୍ରତି ବହୁତ ସଚ୍ଚୋଟ। ଏମାନଙ୍କ ପ୍ରେମ ସବୁବେଳେ ସଫଳ ହୋଇଥାଏ।

କୁମ୍ଭ ରାଶି: ଏହି ରାଶିର ଜାତକଧାରୀ ବୁଦ୍ଧିମାନ ହୋଇଥାଏ। ନିଜ ଜୀବନର ସବୁ ନିଷ୍ପତ୍ତି ବେଶ ଭାବିଚିନ୍ତି ନେଇଥାନ୍ତି। ଏହି ରାଶିର ସ୍ବାମୀ ଶନି। ଏହି ରାଶିର ଜାତକଧାରୀ ପ୍ରେମ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହୋଇଥାନ୍ତି। ଏହି ରାଶିର ଜାତକଧାରୀ ସର୍ବଦା ପ୍ରେମ ବିବାହ କରିଥାନ୍ତି। ଏମାନଙ୍କ ଗୃହସ୍ଥ ଜୀବନ ବେଶ ସୁଖଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri