ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅକ୍ଟୋବର ୩୦ ଯାଏ ରହିବ ଲକ୍ଷ୍ମୀଙ୍କ କୃପା, ଧନଧାନ୍ୟରେ ପୂରି ଉଠିବ ଘର…

ଅକ୍ଟୋବର ୭ ଗୁରୁବାରରୁ ଆରମ୍ଭ ହୋଇଛି ନବରାତ୍ରି। ଠିକ୍‌ ୮ ଦିନ ପରେ ଅର୍ଥାତ ଅକ୍ଟୋବର ୧୪ରେ ଏହା ଶେଷ ହେବ। ନବରାତ୍ରିରେ ମା’ ଦୁର୍ଗାଙ୍କ ନଅ ରୂପର ପୂଜା କରାଯାଇଥାଏ। ଏହି ସମୟରେ କିଛି ରାଶିର ଜାତକଧାରୀଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ବୃଷ୍ଟି ହୋଇଥାଏ। ସେମାନଙ୍କର ସମସ୍ତ ଦୁଃଖ ଦୂର ହେବା ସହ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନବରାତ୍ରି ଆରମ୍ଭରୁ ୩୦ ଅକ୍ଟୋବର ମଧ୍ୟରେ ତିନୋଟି ରାଶିର ଜାତକଧାରୀଙ୍କ ଉପରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିବେ। ସେମାନଙ୍କର ସମସ୍ତ ଅଟକିଥିବା କାମ ପୂର୍ଣ୍ଣ ହେବ ଏବଂ ସମସ୍ତ ଆର୍ଥିକ ସଙ୍କଟ ଦୂର ହୋଇଯିବ। ଆସନ୍ତୁ ଜାଣିବା:-

ମିଥୁନ ରାଶି: ଏହି ରାଶିର ଜାତକଧାରୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ। ଚାକିରି ଏବଂ ବ୍ୟାପାରରେ ଏମାନେ ଉନ୍ନତି କରିବେ। କର୍ମକ୍ଷେତ୍ରରେ ପ୍ରଶଂସା ବୃଦ୍ଧି ପାଇବ। ମା’ ଲକ୍ଷ୍ମୀଙ୍କ କୃପାରୁ ଘର ଧନଧାନ୍ୟରେ ପୂରି ଉଠିବ। ଜୀବନସାଥୀଙ୍କ ସହ ସମ୍ପର୍କ ମଜଭୂତ ହେବ। ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

କନ୍ୟା ରାଶି: ଏହି ରାଶିର ଜାତକଧାରୀଙ୍କ ମାନସମ୍ମାନ-ଆତ୍ମବିଶ୍ୱାସ ବୃଦ୍ଧି ହେବ। ଏହି ରାଶିର ଜାତକଧାରୀଙ୍କ ପାଇଁ ଏହି ସମୟ ଉତ୍କୃଷ୍ଟ ହୋଇଥିବାରୁ ପଦ-ପ୍ରତିଷ୍ଠା ବୃଦ୍ଧି ହେବ। ଏହି ସମୟରେ ସମସ୍ତ କାର୍ଯ୍ୟରେ ସଫଳ ହେବେ। ଆର୍ଥିକ ଲାଭ ହେବ। ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

କର୍କଟ ରାଶି: ଏହି ସମୟ ମଧ୍ୟରେ କର୍କଟ ରାଶିର ଜାତକଧାରୀଙ୍କ ଧନ ଲାଭ ହେବ। ଏହି ରାଶିର ଜାତକଧାରୀଙ୍କ ପାଇଁ ସମୟ କୌଣସି ବରଦାନ ଠାରୁ କମ୍‌ ନୁହନ୍ତି। ପରିବାରରେ ଖୁସି ବଢ଼ିବ। ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ କାର୍ଯ୍ୟ ହେବ। ଜୀବନରେ ସୁଖ ସମୃଦ୍ଧି ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri