ଏହି ୨ରାଶିର ଲୋକେ ସାଥୀଙ୍କୁ କେବେ କରି ନଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବେଳେବେଳେ ଗ୍ରହର ସ୍ଥିତି ମନୁଷ୍ୟ ପାଇଁ ଲାଭଦାୟକ ହେଉଥିବା ବେଳେ ଆଉ ବେଳେବେଳେ କ୍ଷତିକାରକ ହୋଇଥାଏ। ତେବେ ଯଦି ଜଣେ ବ୍ୟକ୍ତିର ସମ୍ପର୍କ ଗ୍ରହ ଭଲ ଥିବା ଅନ୍ୟ ଜଣଙ୍କ ସହ ଯୋଡି ହୋଇଯାଏ ତେବେ ତାଙ୍କ ଜୀବନରେ ସମସ୍ୟା କମ୍‌ ହୋଇଥାଏ। କାହାକୁ ପ୍ରେମ ମିଳିବ କାହାକୁ ନୁହେ, ତାହା ଭାଗ୍ୟ ଉପରେ ନିର୍ଭର କରିଥାଏ। ତେବେ ଏହି ୨ ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କେବେ ହେଲେ ପ୍ରତାରଣା ଦେଇ ନ ଥାନ୍ତି।

ମିଥୁନ
ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଏହି କାରଣରୁ ସେମାନେ ବିବାହ କରିପାରନ୍ତି ନାହିଁ । ଏକଦା ଏହି ରାଶିର ବ୍ୟକ୍ତିମାନେ ବିବାହ କଲେ ସାଥୀଙ୍କ ବିଶ୍ୱସ୍ତ ହୋଇଥାନ୍ତି।

ସିଂହ
ଏହି ରାଶିର ଲୋକମାନେ ପ୍ରେମ ପ୍ରସଙ୍ଗରେ ଜିଦ୍‌ଖୋର ମନୋଭାବ ପୋଷଣ କରନ୍ତି। ଯଦି ଏହି ଲୋକମାନେ ଭଲ ପାଆନ୍ତି, ତେବେ ସେମାନଙ୍କ କ୍ୟାରିଅରରେ ସଫଳତାର ପରିସ୍ଥିତି ସୃଷ୍ଟି ହୁଏ। ସାଥୀଙ୍କୁ ଏମାନେ ଆଦୌ ହେଲେ ପ୍ରତାରଣା ଦିଅନ୍ତି ନାହିଁ।