ଏହି ୨ ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କେବେ ଦେଇ ନ ଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଉତ୍‌ଥାନ-ପତନ ଲାଗି ରହିଥାଏ। ତେବେ ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରହର ସ୍ଥିତି ଯୋଗୁ କେତେବଳେ ଲାଭ ହୋଇଥାଏ ତ ଆଉ କେତେବେଳେ କ୍ଷତି। ଏମିତିରେ ଯଦି ଜଣେ ବ୍ୟକ୍ତିଙ୍କ ସମ୍ପର୍କ ଗ୍ରହ ଭଲଥିବା ବ୍ୟକ୍ତିଙ୍କ ସହ ସଂଯୋଗ କରାଯାଏ ତେବେ ସେମାନଙ୍କ ସମସ୍ୟା ସମାନ୍ୟ କମ୍‌ ହୋଇଥାଏ। ତେବେ ସିଂହ ଏବଂ ବିଛା ରାଶିର ବ୍ୟକ୍ତିମାନେ ସେମାନଙ୍କ ସାଥୀଙ୍କୁ କେବେହେଲେ ପ୍ରତାରଣା ଦେଇ ନ ଥାନ୍ତି। ତେବେ ଜାଣିବା ସବୁ ରାଶି ବିଷୟରେ…

ମେଶ: ମେଶ ରାଶିର ବ୍ୟକ୍ତିମାନେ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। କିନ୍ତୁ ସେମାନଙ୍କ ପ୍ରେମ ସ୍ଥିର ନୁହେଁ। ଚଞ୍ଚଳତା ଯୋଗୁ ସେମାନଙ୍କ ମନ ପରିବର୍ତ୍ତନ ହୋଇଥାଏ।
ବୃଷ: ଏହି ରାଶିର ବ୍ୟକ୍ତି ବହୁତ ବିଳମ୍ବରେ ପ୍ରେମରେ ପଡ଼ିଥାନ୍ତି। କିନ୍ତୁ ସେମାନଙ୍କ ପ୍ରେମ ସ୍ଥିର ଏବଂ ଶକ୍ତ। ଏଥିପାଇଁ ସେମାନଙ୍କ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ମିଥୁନ:ଏହି ରାଶିର ଲୋକମାନେ ବହୁତ ଦ୍ୱନ୍ଦ୍ୱରେ ରୁହନ୍ତି। ଏହି କାରଣରୁ ସେମାନେ ପ୍ରେମରେ ପଡ଼ୁଥିଲେ ମଧ୍ୟ ବିବାହ ହୋଇପାରି ନ ଥାଏ।
କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି। ମାତ୍ର ଏମାନେ ସବୁବେଳେ ପ୍ରେମରେ ଭୁଲ ନିଷ୍ପତ୍ତି ନେଇଥାନ୍ତି। ଏହି ରାଶିର ଲୋକଙ୍କୁ ସାଥୀଙ୍କ ଠାରୁ ପ୍ରତାରଣା ମିଳିଥାଏ।
ସିଂହ: ପ୍ରେମ ପ୍ରସଙ୍ଗରେ ଏହି ରାଶିର ଲୋକମାନେ ବହୁତ ଜିଦି ମନୋଭାବର ହୋଇଥାନ୍ତି। ପ୍ରେମ ପ୍ରସଙ୍ଗରେ ଏମାନେ ସବୁବେଳେ ଅସଫଳ ହୋଇଥାନ୍ତି। ଯଦି ବି ଏମାନେ ପ୍ରେମରେ ସଫଳ ହୁଅନ୍ତି ତେବେ ତାଙ୍କର କ୍ୟାରିୟର ବହୁତ ସଫଳ ହୋଇଥାଏ। ଏହି ରାଶିର ବ୍ୟକ୍ତିମାନେ ତାଙ୍କ ସାଥୀଙ୍କୁ କେବେହେଲେ ପ୍ରତାରଣା ଦେଇ ନ ଥାନ୍ତି।
କନ୍ୟା: ଏହି ରାଶିର ଲୋକମାନେ ସବୁବେଳେ ନିଜର ଫାଇଦା ଦେଖିଥାନ୍ତି। ଏହି କାରଣରୁ ସେମାନଙ୍କ ପ୍ରେମ ଅସଫଳ ହୋଇଥାଏ। ପ୍ରେମରେ ଏମାନଙ୍କର ଧନହାନୀ ହେବା ସହ ସ୍ବାର୍ଥପର ମଧ୍ୟ ହୋଇଯାଆନ୍ତି।
ତୁଳା: ଅଧିକରୁ ଅଧିକ ଭଲପାଇବା ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ଅତ୍ୟଧିକ ପ୍ରେମ ଯୋଗୁ ଏମାନେ ଅନେକ ସମୟରେ ଭୁଲ କାମ ମଧ୍ୟ କରିଥାନ୍ତି। ପ୍ରେମ ଯୋଗୁ ଏମାନଙ୍କୁ ନିଜ ପଦବୀ ହରାଇବାକୁ ପଡ଼ିଥାଏ।
ବିଛା: ଏହି ରାଶିର ଲୋକମାନେ ପ୍ରେମଠାରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କାରଣ ପ୍ରେମ ଯୋଗୁ ଏମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଥାଏ। ଯଦିବି ଏମାନଙ୍କର ପ୍ରେମ ବିବାହ ହୁଏ ତେବେ ସେମାନେ ଅନେକ ସମସ୍ୟାରୁ ରକ୍ଷା ପାଇଯାଆନ୍ତି। ଏହି ରାଶିର ବ୍ୟକ୍ତି ତାଙ୍କ ସାଥୀଙ୍କୁ ବହୁତ ଭଲ ପାଇବା ଦେଇଥାନ୍ତି, କେବେହେଲେ ପ୍ରତାରଣା ଦେଇ ନ ଥାନ୍ତି।
ଧନୁ: ଏହି ରାଶିର ଲୋକମାନେ ସାଧାରଣତଃ ମଉଜମସ୍ତି ପାଇଁ ପ୍ରେମ କରିଥାନ୍ତି। ବେଳେବେଳେ ଏମାନେ ଏକାସାଙ୍ଗରେ ୨ ଜଣଙ୍କୁ ଭଲପାଇ ବସିଥାନ୍ତି।
ମକର: ପ୍ରେମ ଏମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ପ୍ରେମ ଯୋଗୁ ଏମାନଙ୍କୁ ଅନୁତାପ କରିବାକୁ ପଡ଼ିଥାଏ।
କୁମ୍ଭ: ପ୍ରେମ କରିବା, ଏହାକୁ ବଜାୟ ରଖିବା ଏବଂ ପ୍ରେମରେ ପ୍ରତାରିତ ହେବା ଏମାନଙ୍କ ଭାଗ୍ୟ। ଲୋକମାନେ ଏମାନଙ୍କୁ ପ୍ରେମରେ ବ୍ୟବହାର କରିଥାନ୍ତି।
ମୀନ: ପ୍ରେମ ପ୍ରସଙ୍ଗରେ ଏମାନଙ୍କ ଅବହେଳା ହିଁ ଏହି ରାଶିର ଲୋକଙ୍କୁ ବିଫଳ କରିଥାଏ। ଏମାନେ ପ୍ରେମ ମାମଲାରେ ସେତେଟା ଗମ୍ଭୀର ନୁହନ୍ତି। ସଚ୍ଚୋଟତାର ସହ କରିଥିବା ପ୍ରେମ ଏମାନଙ୍କୁ ସଫଳତାର ଶୀର୍ଷକୁ ନେଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri