Categories: ଜାତୀୟ

ନାଗାଲାଣ୍ଡ ହିଂସା: ଯେଉଁଠି ହୋଇଥିଲା ବିବାହ ସେଇଠି ହେଲା ସଂସ୍କାର

କୋହିମା,୭ ।୧୨: ନାଗାଲାଣ୍ଡର ମୋନ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ସମସ୍ତଙ୍କୁ ଚମକାଇ ଦେଇଥିଲା । ଯେତେବେଳେ ଏମାନଙ୍କ ମୃତ ଦେହ ଓଟିଂ ଗାଁରେ ପହଞ୍ଚିଥିଲା ସେତେବେଳେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଥିଲା । ଏମାନଙ୍କ ମଧ୍ୟରେ ଦୁଇ ଯାଆଁଳା ଭାଇ ଲୌଗୱାଗ ଓ ଥାପୱାଗଙ୍କ ମୃତଦେହ ବି ଥିଲା । ୨୫ ବର୍ଷୀୟ ଏହି ଯାଆଁଳା ଭାଇ ସୋମବାର ଗାଁରେ ୩୮ ବର୍ଷୟ ହୋକୁପଙ୍କ ବିବାହରେ ଯୋଗ ଦେଇଥିଲେ । ଏହାପରେ ସେମାନେ ସେଠାରୁ ପ୍ରାୟ ୬ କିଲୋମିଟର ଦୂର ଏକ କୋଇଲା ଖଣିକୁ କାମ କରିବାକୁ ଚାଲି ଯାଇଥିଲେ । ଏହି କୋଇଲା ଖଣି ପ୍ରାୟ ୧୫ ବର୍ଷ ହେବ କାମ କରୁଥିବା ବେଳେ ଗ୍ରାମୀଣଙ୍କର ପାଇଁ ରୋଜଗାରର ମୁଖ୍ୟ ସ୍ରୋତ ବୋଲି କୁହାଯାଏ । ଦୁଇ ଯାଆଁଳା ଭାଇ ସେଠାରେ ଏକ ସପ୍ତାହ କାମ କରିବା ପରେ ରବିବାର ଚର୍ଚ୍ଚ ସେବା ପାଇଁ ଏକ ପିକଅପ୍ ଟ୍ରକରେ ଘରକୁ ଫେରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଏକ ସପ୍ତାହ ପୂର୍ବରୁ ହୋକୁପଙ୍କ ବିବାହରେ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲା ବେଳେ ସେହି ଦୁଇ ଯାଆଁଳା ଭାଇ ବି ସାମିଲ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଭୁଲ ଯୋଗୁ ଅକାଳରେ ୧୪ଟି ନିରିହ ଜୀବନ ଚାଲି ଯାଇଥିବା ଯେତିକି ଦୁଃଖଦାୟକ ସବୁଠାରୁ ବେଶୀ ଦୁଃଖ ଲାଗୁଛି ଯେଉଁଠି ସପ୍ତାହକ ପୂର୍ବରୁ ହୋକୁପଙ୍କ ବିବାହ ହୋଇଥିଲା ସେହିଠାରେ ହିଁ ତାଙ୍କୁ କବର ଦିଆଯାଇଛି ।
ଏହି ଘଟଣାକୁ ନେଇ ଏବେ ଗ୍ରାମବାସୀ ଦାବି କରିଛନ୍ତି କି ଟଙ୍କା ନୁହେଁ ବରଂ ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ଦିଆଗଲେ ଆମକୁ ନ୍ୟାୟ ମିଳିବ । ସୂଚନାଯୋଗ୍ୟ, ଭୁଲକ୍ରମେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

Share