Categories: ଜାତୀୟ

ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ, କହିଲେ ହାଇକୋର୍ଟ…

ଚେନ୍ନାଇ, ୯।୭ :ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ଥିବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ବିଚାରପତି ପି.ଏନ୍‌. ପ୍ରକାଶ ଏବଂ ଆର୍‌.ହେମଲତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ମତପୋଷଣ କରିଛନ୍ତି।

ଡ. କେ.ଜେ. ୟେସୁଦାସ ଜଣେ ଖ୍ରୀଷ୍ଟଧର୍ମାମ୍ବଲମ୍ବୀ ହୋଇଥିଲେ ମଧ୍ୟ ସେ ହିନ୍ଦୁ ଦେବୀଦେବତାଙ୍କଠାରେ ଭକ୍ତି ରଖିଥାନ୍ତି। ସେ ବିଲାକାନ୍ନି ଚର୍ଚ୍ଚକୁ ଯିବା ସହିତ ନାଗୋର ଦରଘାକୁ ମଧ୍ୟ ନିୟମିତ ଭାବେ ଯାଇଥାନ୍ତି। ତାଙ୍କ ଦ୍ୱାରା ଗାନ କରାଯାଇଥିବା ଗୀତ ହିନ୍ଦୁ ମନ୍ଦିରରେ ମଧ୍ୟ ଗାନ କରାଯାଇଥାଏ।

ସି.ସୋମାନ ନାମକ ଜଣେ ଆବେଦନକାରୀ ୟେସୁଦାସଙ୍କୁ ଥିରୁଭୁତାରରେ ଅନୁଷ୍ଠିତ ହେଉଥିବା ଆରୁଲମିଘୁ ଆଦିକେସବ ପେରୁମଲଙ୍କ କୁମ୍ବାବିଶିଙ୍ଗମ ଉତ୍ସବରେ ପ୍ରବେଶ ଅନୁମତି ନଦେବା ଲାଗି ଆବେଦନ କରିଥିଲେ।

Share