ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ମାଗି ଧାରଣାରେ ବସିଲେ କୋଟିଆ ପଞ୍ଚାୟତର ଲୋକେ; ଚିନ୍ତାରେ ଓଡ଼ିଶା ସରକାର

ପଟ୍ଟାଙ୍ଗି,୧୦।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟ ତହସିଲ କାର୍ଯ୍ୟାଳୟ ସମୁଖରେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି ଉଠାଇ ଧାରଣା ଦେବା ଦୃଶ୍ୟ ଓଡିଶା ସରକାରଙ୍କ ପ୍ରଶାସନ ପାଇଁ ସୃଷ୍ଟି କରିଛି ଚିନ୍ତାର ବିଷୟ। ଏହିପରି ଘଟଣା ବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମବାସୀଙ୍କ କ୍ଷେତ୍ରରେ। ଓଡ଼ିଶା ପକ୍ଷରୁ ବା ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ଦ୍ୱାରା ପାଇଥିବା ପଟ୍ଟା ଦ୍ୱାରା ଓଡ଼ିଶାରୁ ଯାହା କିଛି ସଦାହୟତ ପାଉଛନ୍ତି ତାହାର ଦୁଇଗୁଣା ସହାୟତା ପାଇବା ଲୋଭରେ ଆନ୍ଧ୍ର ରାଜ୍ୟର ଜଙ୍ଗଲଜମି ପଟ୍ଟା ହାତେଇବା ପାଇଁ ଏହା ଏକ ପ୍ରୟାସ ବୋଲି ଜଣାପଡିଛି।

ସୂଚନା ମୁତାବକ ଉକ୍ତ ଗ୍ରାମକୁ ନେଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜର ପଞ୍ଚାୟତ ଭାବେ ନାମିତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଯୋଜନା କରିଚାଲିଛି। ଅନ୍ୟପକ୍ଷରେ ଉକ୍ତ ଗ୍ରାମବାସୀ କୋଟିଆ ପଞ୍ଚାୟତ ଅଧିନରେ ରହି ଓଡିଶାର ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଉପକୃତ ହେଉଥିବା ବେଳେ ଜଙ୍ଗଲଜମି ପଟ୍ଟା ମଧ୍ୟ ପାଇଛନ୍ତି।
ସେପଟେ ଆନ୍ଧ୍ର ରାଜ୍ୟରେ ନାମିତ ହୋଇଥିବା ଗଞ୍ଜେଇ ପଦର ପଞ୍ଚାୟତ ଅଧିନରେ ରହିଥିବା କୋଟିଆ , ଉପରସେମ୍ବି, ତଳସେମ୍ବି, ଧୁଳିପଦର ପରି ଅନ୍ୟ କିଛି ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍ ମାନ୍ୟାମ୍ ଜିଲାର ଆଦିବାସୀ ସଭାପତି ଏସ ଆପାରାଓଙ୍କ ନେତୃତ୍ୱରେ ସାଲୁର ତହସିଲ କାର୍ଯ୍ୟାଳୟ ସମୁଖରେ ଜଙ୍ଗଲଜମି ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ଉପରୋକ୍ତ ସମସ୍ତ ଗ୍ରାମର ୫୦ ଜଣଙ୍କୁ ଚିହ୍ନଟ କରି ଉକ୍ତ ପଟ୍ଟା ପ୍ରଦାନ କରିବା ନିମନ୍ତେ ଧାରଣା ଦେଇଥିଲେ। ଏହିପରି କି ଆନ୍ଧ୍ର ରାଜ୍ୟ ପକ୍ଷରୁ ପୁର୍ବରୁ ସର୍ଭେ କରି ପ୍ରଦାନ କରା ଯାଇଥିବା ପରିବାର ସଦସ୍ୟ ଉକ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ଉଠାଉଥିବା ବେଳେ ବଞ୍ଚିତ ହୋଇଥିବା ପରିବାର ସଦସ୍ୟ ଆନ୍ଧ୍ର ରାଜ୍ୟର କୈଣସି ସରକାରୀ ଯୋଜନା ପାଉ ନଥିବା ଦର୍ଶାଇ ଏକ ଦାବିପତ୍ର ମାନ୍ୟାମ୍ ଜିଲା ପ୍ରଶାସନ ତଥା ଜିଲାପାଳଙ୍କ ଉଦେଶ୍ୟରେ ସାଲୁର ତହସିଲଦାର ଏନ୍ ଭି ରାମଣାଙ୍କୁ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଉପରୋକ୍ତ ଗ୍ରାମବାସୀ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଓଡ଼ିଶାର ତଥା ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨୪୪୫ ଟି ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯାଇଛି। ଏନେଇ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରି ଉପରୋକ୍ତ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଯାହାକୁ ନେଇ ତହସିଲଦାର ଧାରୁଆ ୨୦୧୧ ଜନଗଣନା ସର୍ଭେ ଅନୁସାରେ ୧୭୩୦ ପରିବାର ବର୍ଗ ଅଛନ୍ତି କିନ୍ତୁ ଉକ୍ତ ପଞ୍ଚାୟତକୁ ୨୪୪୫ ଟି ଜଙ୍ଗଲଜମି ପଟ୍ଟା ପ୍ରଦାନ କରା ଯାଇଥିବା ସହ ୩୩ଟି ଗୋଷ୍ଠୀ ଗତ ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିବା ସହ ଆନ୍ଧ୍ର ରାଜ୍ୟର ସାଲୁର ତହସିଲ କାର୍ଯ୍ୟାଳୟ ସମୁଖରେ ଘଟିଥିବା ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri