ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ମାଗି ଧାରଣାରେ ବସିଲେ କୋଟିଆ ପଞ୍ଚାୟତର ଲୋକେ; ଚିନ୍ତାରେ ଓଡ଼ିଶା ସରକାର

ପଟ୍ଟାଙ୍ଗି,୧୦।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟ ତହସିଲ କାର୍ଯ୍ୟାଳୟ ସମୁଖରେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି ଉଠାଇ ଧାରଣା ଦେବା ଦୃଶ୍ୟ ଓଡିଶା ସରକାରଙ୍କ ପ୍ରଶାସନ ପାଇଁ ସୃଷ୍ଟି କରିଛି ଚିନ୍ତାର ବିଷୟ। ଏହିପରି ଘଟଣା ବା ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ଗଞ୍ଜେଇ ପଦର ଗ୍ରାମବାସୀଙ୍କ କ୍ଷେତ୍ରରେ। ଓଡ଼ିଶା ପକ୍ଷରୁ ବା ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ଦ୍ୱାରା ପାଇଥିବା ପଟ୍ଟା ଦ୍ୱାରା ଓଡ଼ିଶାରୁ ଯାହା କିଛି ସଦାହୟତ ପାଉଛନ୍ତି ତାହାର ଦୁଇଗୁଣା ସହାୟତା ପାଇବା ଲୋଭରେ ଆନ୍ଧ୍ର ରାଜ୍ୟର ଜଙ୍ଗଲଜମି ପଟ୍ଟା ହାତେଇବା ପାଇଁ ଏହା ଏକ ପ୍ରୟାସ ବୋଲି ଜଣାପଡିଛି।

ସୂଚନା ମୁତାବକ ଉକ୍ତ ଗ୍ରାମକୁ ନେଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜର ପଞ୍ଚାୟତ ଭାବେ ନାମିତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଯୋଜନା କରିଚାଲିଛି। ଅନ୍ୟପକ୍ଷରେ ଉକ୍ତ ଗ୍ରାମବାସୀ କୋଟିଆ ପଞ୍ଚାୟତ ଅଧିନରେ ରହି ଓଡିଶାର ବିଭିନ୍ନ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଉପକୃତ ହେଉଥିବା ବେଳେ ଜଙ୍ଗଲଜମି ପଟ୍ଟା ମଧ୍ୟ ପାଇଛନ୍ତି।
ସେପଟେ ଆନ୍ଧ୍ର ରାଜ୍ୟରେ ନାମିତ ହୋଇଥିବା ଗଞ୍ଜେଇ ପଦର ପଞ୍ଚାୟତ ଅଧିନରେ ରହିଥିବା କୋଟିଆ , ଉପରସେମ୍ବି, ତଳସେମ୍ବି, ଧୁଳିପଦର ପରି ଅନ୍ୟ କିଛି ଗ୍ରାମବାସୀଙ୍କୁ ନେଇ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍ ମାନ୍ୟାମ୍ ଜିଲାର ଆଦିବାସୀ ସଭାପତି ଏସ ଆପାରାଓଙ୍କ ନେତୃତ୍ୱରେ ସାଲୁର ତହସିଲ କାର୍ଯ୍ୟାଳୟ ସମୁଖରେ ଜଙ୍ଗଲଜମି ପଟ୍ଟା ପାଇବାରୁ ବଞ୍ଚିତ ହୋଇଥିବା ଉପରୋକ୍ତ ସମସ୍ତ ଗ୍ରାମର ୫୦ ଜଣଙ୍କୁ ଚିହ୍ନଟ କରି ଉକ୍ତ ପଟ୍ଟା ପ୍ରଦାନ କରିବା ନିମନ୍ତେ ଧାରଣା ଦେଇଥିଲେ। ଏହିପରି କି ଆନ୍ଧ୍ର ରାଜ୍ୟ ପକ୍ଷରୁ ପୁର୍ବରୁ ସର୍ଭେ କରି ପ୍ରଦାନ କରା ଯାଇଥିବା ପରିବାର ସଦସ୍ୟ ଉକ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ଉଠାଉଥିବା ବେଳେ ବଞ୍ଚିତ ହୋଇଥିବା ପରିବାର ସଦସ୍ୟ ଆନ୍ଧ୍ର ରାଜ୍ୟର କୈଣସି ସରକାରୀ ଯୋଜନା ପାଉ ନଥିବା ଦର୍ଶାଇ ଏକ ଦାବିପତ୍ର ମାନ୍ୟାମ୍ ଜିଲା ପ୍ରଶାସନ ତଥା ଜିଲାପାଳଙ୍କ ଉଦେଶ୍ୟରେ ସାଲୁର ତହସିଲଦାର ଏନ୍ ଭି ରାମଣାଙ୍କୁ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଉପରୋକ୍ତ ଗ୍ରାମବାସୀ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ପରିବାର ବର୍ଗଙ୍କୁ ଓଡ଼ିଶାର ତଥା ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨୪୪୫ ଟି ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯାଇଛି। ଏନେଇ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଯୋଗାଯୋଗ କରି ଉପରୋକ୍ତ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଯାହାକୁ ନେଇ ତହସିଲଦାର ଧାରୁଆ ୨୦୧୧ ଜନଗଣନା ସର୍ଭେ ଅନୁସାରେ ୧୭୩୦ ପରିବାର ବର୍ଗ ଅଛନ୍ତି କିନ୍ତୁ ଉକ୍ତ ପଞ୍ଚାୟତକୁ ୨୪୪୫ ଟି ଜଙ୍ଗଲଜମି ପଟ୍ଟା ପ୍ରଦାନ କରା ଯାଇଥିବା ସହ ୩୩ଟି ଗୋଷ୍ଠୀ ଗତ ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିବା ସହ ଆନ୍ଧ୍ର ରାଜ୍ୟର ସାଲୁର ତହସିଲ କାର୍ଯ୍ୟାଳୟ ସମୁଖରେ ଘଟିଥିବା ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?