ଘରେ ସୁରକ୍ଷିତ ରହୁଥିଲେ ବି ହେବ କରୋନା! ଜାଣନ୍ତୁ କେମିତି

ଘରେ ବସି ମଧ୍ୟ ଜଣେ କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏହା ପ୍ରକାଶ କରିଛନ୍ତି। ଦକ୍ଷିଣ କୋରିଆର ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଘରୋଇ ସାମଗ୍ରୀ ଏବଂ ବାହାରୁ ଆସୁଥିବା ସାମଗ୍ରୀରୁ ଜରିଆରେ କରୋନା ହେବାର ସମ୍ଭାବନା ଅଛି। ଦକ୍ଷିଣ କୋରିଆର ଏହି ଅଧ୍ୟୟନକୁ ୟୁଏସ୍‌ ସେଣ୍ଟର୍ସ ଅଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌(ସିଡିସି)ଜୁଲାଇ ୧୬ରେ ଏହା ପ୍ରକାଶ କରିଛି। ଏହି ରିପୋର୍ଟ ୫୭୦୬ ପ୍ରାରମ୍ଭିକ କରୋନା ରୋଗୀ ଏବଂ ଏହା ପରେ ୫୯ ହଜାର ଲୋକ ସଂକ୍ରମିତ ହୋଇଥିବା ଉପରେ ଆଧାରିତ। ଏହି ରିପୋର୍ଟରେ କୁହାଯାଇଛି ଯେ ପ୍ରତି ୧୦୦ କରୋନା ରୋଗୀଙ୍କ ମଧ୍ୟରୁ କେବଳ ୨ ଜଣ ରୋଗୀ ଅଛନ୍ତି ଯେଉଁମାନେ ବିନା କାହା ସମ୍ପର୍କରେ ଆସି କରୋନାରେ ସଂକ୍ରମିତ ହୋଇଛନ୍ତି। ବୟସ ଅନୁଯାୟୀ କରୋନା କାହାକୁ ଛାଡୁ ନାହିଁ। ଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି।
କୋରିଆ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନସନ୍‌ (କେସିଡିସି) ର ନିର୍ଦ୍ଦେଶକ ଜୋଙ୍ଗ ଇନ କିଙ୍ଗ କହିଛନ୍ତି ଯେ କିଶୋର ଏବଂ ବୃଦ୍ଧମାନେ ପରିବାରର ସମସ୍ତ ସଦସ୍ୟଙ୍କ ନିକଟରେ ରୁହନ୍ତି। ତେଣୁ ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ବଢିଯାଏ। ଏଭଳି ପରିସ୍ଥିତିରେ ଏହି ଦୁଇ ଗୋଷ୍ଠୀର ବିଶେଷ ଯତ୍ନ ନେବା ଆବଶ୍ୟକ।
ହ୍ୟାଲିମ ୟୁନିଭରସିଟି କଲେଜର ପ୍ରଫେସର ଡା. ଚୋ ୟଙ୍ଗ କହିଛନ୍ତି ଯେ ୯ ବର୍ଷରୁ କମ ପିଲାମାନେ ସଂକ୍ରମିତ ହେବାର ସମ୍ଭାବନା କମ ଥାଏ। ଚୋ ୟଙ୍ଗ ଚେତାବନୀ ଦେଇଛନ୍ତି, ଆପଣ କେବଳ ଘରେ ରହି ନିଜକୁ ସୁରକ୍ଷିତ ରଖିପାରିବେ ନାହିଁ। ଘରେ ମଧ୍ୟ ଆପଣଙ୍କୁ ସାମାଜିକ ଦୂରତାର ଅବଲମ୍ବନ କରିବାକୁ ପଡିବ ବୋଲି ସେ କହିଛନ୍ତି।

Share