ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଥମୁନି ଚର୍ଚ୍ଚା

ବଲିଉଡ୍‌ ପରେ ହଲିଉଡ୍‌ରେ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫ୍ୟାଶନ ଏବଂ ଅଭିନୟ ଦୃଷ୍ଟିରୁ ସେ ଅତୁଳନୀୟ। ସେ ବେଳେବେଳେ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତି। ଅଜବ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ସେ ଅନେକ ଥର ଟ୍ରୋଲର ସମ୍ମୁଖୀନ ହୋଇଛନ୍ତି। ନିକଟରେ ସେ ଏକ ଅଜବ ଡ୍ରେସ୍‌ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ପ୍ରିୟଙ୍କା ଚୋପ୍ରାଙ୍କ ଏହି ଡ୍ରେସ୍‌ ଏତେ ମଜାଦାର ଯେ ଲୋକମାନେ ଏହା ଦେଖିବା ପରେ ହସିବା ବନ୍ଦ କରି ନ ଥିଲେ। କେହି କେହି ପ୍ରିୟଙ୍କାଙ୍କୁ ଢମଣା ସାପ ବେଙ୍ଗ ଗିଳିବା ପରର ଅବସ୍ଥା କହି ଟ୍ରୋଲ କରିଥିଲେ। କୌତୁହଳର ବିଷୟ ହେଉଛି ପ୍ରିୟଙ୍କା ନିଜେ ଏହି ମଜାକଥାଗୁଡ଼ିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ନିକଟରେ ପ୍ରିୟଙ୍କାଙ୍କ ପୁସ୍ତକ ‘ଅନଫିନିସଡ୍‌’ ଉନ୍ମୋଚିତ ହୋଇଥିଲା। ଏହି ପୁସ୍ତକଙ୍କ ସେ ନିଜ ଜୀବନର ଅନେକ କିଛି ଖୁଲାସା କରିଥିଲେ।

Share