ନିଦ ପୂର୍ବରୁ ମୋବାଇଲ ଦେଖୁଛନ୍ତି ଲୋକେ: ଅଭ୍ୟାସ ନେଇ ୯୧ ପ୍ରତିଶତ ଚିନ୍ତିତ…

ବେଙ୍ଗାଲୁରୁ,୨।୪ : କର୍ନାଟକର ବେଙ୍ଗାଲୁରୁ ଭାରତର ଆଇଟି ହବ ହେବାକୁ ବହୁ ଦିନ ବିତି ଗଲାଣି। ତେବେ ଏହି ଅଭିବୃଦ୍ଧି ଏବଂ ଦ୍ରୁତ ଗତି ସହିତ ସହରରେ ଅନେକ ସମସ୍ୟା ମଧ୍ୟ ଉପୁଜିଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ବେଙ୍ଗାଲୁରୁର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ମୋବାଇଲ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇ ପଡ଼ିଛନ୍ତି। ୯୧ ପ୍ରତିଶତ ଲୋକ ସ୍ବୀକାର କରିଛନ୍ତି ଯେ ସେମାନେ ରାତିରେ ଶୋଇବା ପୂର୍ବରୁ ମୋବାଇଲ ଦେଖୁଛନ୍ତି।

କେବଳ ଏତିକି ନୁହେଁ, ଏହି ସର୍ଭେରେ ଜଡିତ ୩୮ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଶୋଇବା ପୂର୍ବରୁ ଅବା ଶେଯରେ ଶୋଇ ରହି ସୋସିଆଲ ମିଡିଆ ସର୍ଫିଙ୍ଗକୁ ପସନ୍ଦ କରନ୍ତି । ସେହିପରି ୨୯ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଚାକିରୀରୁ ବରଖାସ୍ତ ହେବା ପାଇଁ ଚିନ୍ତିତ ଏବଂ ଏହି କାରଣରୁ ସେମାନେ ଅନେକ ସମୟରେ ରାତି ଅନିଦ୍ରା ରହିଥାନ୍ତି । ତେଣୁ ମୋବାଇଲ ଦେଖି ସେମାନେ ମାନସିକ ଅବସ୍ଥାକୂ ହାଲକା କରିବା ଲାଗି ଏଭଳି କରୁଛନ୍ତି। ତେବେ ଏହା ଧୀରେଧୀରେ ସେମାନଙ୍କର ଅଭ୍ୟାସରେ ପରିଣତ ହେବାରେ ଲାଗିଛି।

Share